STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମିଠା ଜହର

ମିଠା ଜହର

1 min
143

ସ୍ୱାର୍ଥ ପାଇଁ

ନାଲି ଓଠରେ ମୁରୁକି ହସି

ଲାଜେଇ ଯାଇ

ଛଳନା ଓ କପଟ କରି

କ୍ଷଣିକ ପାଇଁ

ନିରୀହ

ମନ ଓ ହୃଦୟ ଜିଣିବା

ସତେ ବା କେତେ ସହଜ ବ୍ୟାପାର ତୁମପାଇଁ

ତୁମ ଦ୍ଵିତୀୟ ଚାହାଣୀରେ

ହତ୍ୟା କରିଦେଇ ପାର

ପ୍ରେମ ଆକୁଳ ଯୁଗଳ ନୟନ

ବିନା ଦ୍ଵିଧାରେ

ଭାଙ୍ଗି ଦେଇପାର

ନିରୀହ ଭଅଁର ପ୍ରେମିକର

ସୁନା ମନ ଓ ସୁନେଲି ସପନ

ମଧୁର କଥାରେ

ମିଠା ଜହର ମିଶାଇ

ବଳି ଦେଇପାର

ଶାଶ୍ୱତ ପ୍ରେମ

ପବିତ୍ର ସମ୍ପର୍କକୁ ବି

ଦେଇପାର ଫାଶୀ

ନିଜ ପାଇଁ

ନିଜ ମୁରୁକି ହସରେ ସାହାରା ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract