STORYMIRROR

Satyanarayan Sahoo

Abstract Comedy Romance

3  

Satyanarayan Sahoo

Abstract Comedy Romance

ମିଠା ବାସ୍ନା

ମିଠା ବାସ୍ନା

1 min
200


ସ୍ବାଦୁମୟୀ ଗନ୍ଧ ସଞ୍ଚାରି ଆନନ୍ଦ  

ଦେଉଛି ସନ୍ଦେଶ ରାଶି

ଗୁଡିଆ ଦୋକାନେ ଥାଇ ଥାକାସନେ

ପବନେ ଆସୁଛି ଭାସି ॥

ଗୁଲ୍ଗୁଲା , ପାନ୍ତୁଆ, ଖଜା, ଗଜା, ମୂଆଁ

ଝିଲିପି, ମାଲପା, ଖୁଆ

ବୁନ୍ଦିଆ, ମିଠେଇ, ରସ୍କୁଲା, ରାବିଡି

ଛେନାରେ ତିଆରି ଗୁଲା ॥

ଛେନା ଗଜା, ଭଜା ଛେନାପୁଡ, ଖଜା

ରସାବଳୀ, ଗୁଲାବ୍ ଜାମୁ

ଟକଳା ପାଟିରୁ ଠୁକୁରୁ ଠୁକୁରୁ

ଠକ ଠକ ନାଳ ଟାଣୁ ॥

ଅଛଇ ଆପଣା ସୁଆଦିଆ ଆହା

ମିଠା ଗନ୍ଧ  ବିତରଣ

କରି ଚାରି ଆଡେ  ଆହାକି ସୁଆଦେ

ହରି ନିଏ ଜନ ମନ ॥

ଚାଖିବା ପାଇଁକି ସୁଆଦ କିଣିକି

 ତାହାର ମଜା ଆହାର

କରିଲେ ଟି ସିନା ମିଠାର ବାସନା

ଜାଣିବ କି ! ମନୋହର ॥



Rate this content
Log in

Similar oriya poem from Abstract