STORYMIRROR

Chittaranjan Nanda

Classics Others Children

3  

Chittaranjan Nanda

Classics Others Children

ମିଥ୍ୟାର ଭାଷଣ

ମିଥ୍ୟାର ଭାଷଣ

1 min
169

ଅନ୍ତରଂଗତା ଓ ମାନବିକତା

ନଥାଏ ଯଦି ମଣିଷର

ସେ ହୋଇପାରେନା କୋଉ 

ମତବାଦର, ଜାତିର ।


ମିଛୁଆ ମଣିଷ, କରୁଥିଲେ ଯେ

କୌଣସି ଧର୍ମର ପ୍ରଚାର

ଅବିଶ୍ୱାସ ଭରିଲେ ଅନ୍ତର ଭିତର

ନାହିଁ ସତ୍ୟତା ଜୀବନର ।


ଥାଏ ଯେଉଁ ଲୋକର କୃତ୍ରିମତା

ଓ ମିଥ୍ୟାର ଭାଷଣ

ଜଣେଇ ଦେବ ଦିନେ ଏ ସମୟ

ମିଥ୍ୟା ଉଚ୍ଚାରଣ ।


ଆନ୍ତରିକତାର ଅଭାବରେ ଭିନ୍ନ

ହୁଏ ତ ଆଚରଣ

ଶାସକ ବନିଲେ ସେ ବ୍ୟକ୍ତି, ହୁଏ

ନାରଖାର ପ୍ରଜାଗଣର ଜୀବନ ।

   

ମେଳ ନହୁଅଇ ଯେବେ କଥା ଓ କାମ 

ଯେଉଁ ମଣିଷ ଜାତିର

ହୁଏ ସର୍ବଦା ରସାତଳ ସମସ୍ତ ମାନବିକ 

ମୂଲ୍ୟବୋଧର ।


Rate this content
Log in

Similar oriya poem from Classics