STORYMIRROR

Sanjya Tripathy

Classics

4  

Sanjya Tripathy

Classics

ମିତା ଭରିଦିଅ ମୋ ଜୀବନରେ ସ୍ବର୍ଗୀୟ ସୁଖର ତାଜମହଲ ପୂର୍ଣ୍ଣଚ୍ଛେଦ ଟାଣ- ଦୀପତ୍ୟ ଜୀବନର

ମିତା ଭରିଦିଅ ମୋ ଜୀବନରେ ସ୍ବର୍ଗୀୟ ସୁଖର ତାଜମହଲ ପୂର୍ଣ୍ଣଚ୍ଛେଦ ଟାଣ- ଦୀପତ୍ୟ ଜୀବନର

1 min
160

ମିତା


ଭରିଦିଅ ମୋ ଜୀବନରେ ସ୍ବର୍ଗୀୟ ସୁଖର ତାଜମହଲ

ପୂର୍ଣ୍ଣଚ୍ଛେଦ ଟାଣ- ଦୀପତ୍ୟ ଜୀବନର ସମସ୍ତ ମାନ

ଅଭିମାନର

ଭୁଲ ବୁଝାମଣାରେ- ଗାଳି ଗୁଲଜରେ

ବଂଦ କର ସକଳ କ୍ଷୋଭ, ଗ୍ଳାନି, ଛଳନା ଓ ଅବଶୋଷ

କୌମୁଦି ସୌରଭ ଭର ଆତମିକ ପ୍ରେମର

ଆଲୋଡନରେ

ଛିଡିଯାଉ ବିଦ୍ବେଷ, ସଂକୀର୍ଷ ସ୍ଵାର୍ଥ, ପରଶ୍ରୀକାତର ତାର

ପୁଂଖଳ

ଏକ ମହାଜାଗତିକ ଚିନ୍ତା ଓ ଚେତନାରେ

ସମୀତ୍ୟଭରା ଆମ ବିବାହିତ ଜୀବନ

ଇଂଘିଯାଉ ଉଦ୍ଭଗ ମହେନ୍ଦ୍ର- ମହୋଦଧ୍ଵ ଓ ମହାପ୍ରାଚୀର

ଚିର ସ୍ୱାଧୀନତାର ଶେଷ ସ୍ପର୍ଶରେ ଝକତ ହେଉ ଆମ

ଜୀବନଯାତ୍ରା

ଯେଉଁ ପରି ଏକ ଯୁଗପୁରୁଷକ ଧରାବତରଣରେ

ସମାଜରେ ଆସେ ଏକ ବୈପ୍ଳବିକ ପରିବର୍ତ୍ତନ

ସମୃଦ୍ଧି, ପ୍ରଗତି ଓ ବିକାଶର ଜୟଯାତ୍ରାରେ ଦୂରେଇଯାଏ

ସମସ୍ତ ବୈଷମ୍ୟ ବିଭେଦ

ଯାବତୀୟ ମୌଳବାଦୀ, ବିଚ୍ଛିନ୍ନତାବାଦୀ, ଆତଂକବାଦୀ

ଉଦଗୀରଣ ହୁଏ ନିର୍ବାପିତ

ଶ୍ରେଣୀ ବୈଷମ୍ୟଭରା ପ୍ରଦୂଷିତ ସାମାଜିକ ବ୍ୟବସ୍ଥାର ସ୍ଵପ୍ନ

ହୁଏ ସୁଦୂରପରାହତ

ଏକ ଅନ୍ୟତ ଆରଂଭର ଦୃଢ଼ ସଂକଳ୍ପରେ

ମାନବ ସମାଜ ହୁଏ ଉଦଜୀବିତ

ଅତିମାନସ ସ୍ତରୀୟ ଚେତନାରେ ପ୍ରଭାବିତ

ସାଧାରଣ ମଣିଷ ଗାଏ ମୁକ୍ତିର ସୁନୀଳ ସଂଗୀତ

ସଚେତନ, ସ୍ଵାଧୀନ, ସାର୍ବଭୌମ ଗଣତାତ୍ରି କ

ରାଷ୍ଟ୍ରନୀତିର

ଶାନ୍ତିଭରା ସଂଦେଶରେ ସସାଗରା ଧରା ହୁଏ ପ୍ରଙ୍କପିତ

ରାଜନୀତି, କୂଟନୀତି, ସଂସ୍କୃତି, ବିଚାର ବ୍ୟବସ୍ନା ହୁଏ।

ଦୁର୍ନୀତି ମୁକ୍ତ

ସର୍ବୋପରି: ସୁଅ ମୁହଁର କାଗଜଗାର ଶୋକରେ

ମିତା ଲାଭ କରେ ଏକ ପୃଥକ୍ ପରିଭାଷା

ତା ସହିତ କାବ୍ଯକ ଚେତନାର ଉନମେଷ ଓ ଉତ୍ତରରେ

ତାର ଭବିଷ୍ୟତ ହୁଏ ରୁଦ୍ଧିମନ୍ତ ।

ସନ୍ତୋଷ ବିହାର, ଗୋପାଲମାଲ,

ବୁଢ଼ାରଜା, ସମ୍ବଲପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics