STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମିତା (୨)

ମିତା (୨)

1 min
175


ମିତା: ତୁମ ଅନନ୍ୟ ରୂପର ରୋଷଣୀରେ ମୁଁ ହତଚକିତ

ଅଜାନୁଲ୍ୟବିତ ତୁମ କେଶ ବଲ୍ଲରୀର ସୁଗ୍ୟଧରେ ମୁଁ

ମହକିତ

ତୁମ ଅବର୍ଣ୍ଣନୀୟ, ପରିପୁଷ୍ଟ ଅଂଗ ସୌଷ୍ଠବର ସଂଦର୍ଶନରେ

ମୁଁ ଶିହରିତ

ପ୍ରଥମ ଦେଖାର ତୁମ ଚୋରା ଚାହାଣୀରେ ମୁଁ ରୋମାଂଟିତ

ସର୍ବୋପରି: ଦୁଗଧ ଫେନିନିଭ ତୁମ ଶରୀରର ସରଶଯ୍ୟାର

ମୁଁ ଅର୍କଶାୟିତ

ମିତା: ତୁମେ ଚପଳା- ଚଳଚଳା

ବନବିହଂଗୀର ଅବାଧ ଗତିବିଧରେ ସଜିତା

ବନ୍ୟ ମୟୂରୀର ମେଘ ସଜଳ ନୃତ୍ୟରେ ଚିତ୍ରିତା

ତୁମେ ଏକ ବହୁବର୍ଣ୍ଣା କାନଭାସ୍ ରଂଗର ଇଜେଲ

ମିତା: ତୁମ ଚକ୍ଷୁ ଯୁଗଳରେ ଅନ୍ୟତ ଯୁଗର କ୍ଷୁଧା

ତାରି ମହୁଲି ପାନ କରି ମୁଁ ମତୁଆଲ

ତୁମ ନିଷକାମ ପ୍ରେମ ଆମତ୍ରଣରେ ମୁଁ ପୁଲକିତ

ତୁମ ଅବୟବର ମାନଚିତ୍ର ପ୍ରସ୍ତୁତିରେ ମୁଁ ବ୍ୟସ୍ତ ବିବ୍ରତ

ତୁମ ପରି ସଜା ଜୀବନ ସଂଗିନୀର ଭୂୟସୀ ପ୍ରଶଂସାରେ ମୁଁ

ଶତମୁଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics