STORYMIRROR

Dipti lekha Mishra

Romance Tragedy

3  

Dipti lekha Mishra

Romance Tragedy

ମିତ ପାଇଁ ମୁହୂର୍ତ୍ତ

ମିତ ପାଇଁ ମୁହୂର୍ତ୍ତ

1 min
377

ଭାରୀ ମହଙ୍ଗା ପଡିଥିଲା ମୋ ପାଇଁ

ଯେବେ ତୁମେ ମୋତେ ଧୋକା ଦେଲ

ତୁମେ ଭଲ ପାଇଲ ଆଉ କୁଆଡେ ଗଲ

ମୋତେ ଥାନା ଦୁଆର ଦେଖାଇଲ ।


ଆଜି ବି ମନେ ଅଛି ମୋର ସେ କଥା

ତୁମେ ମୋର ମିତ ବୋଲି କହୁଥିଲି

ନାମ ଥିଲା ତୁମର ମନସ୍ମିତା ଆଉ

ସମସ୍ତେ କହୁଥିଲେ ତୁମେ ପୁରୀବାଲୀ।


ତୁମ ପ୍ରେମକୁ ଜିତିପାରିଲନି ବୋଲି

ତୁମ ପ୍ରେମିକକୁ ପାଇଲନି ବୋଲି

ଶରୀର ସୁଖ ଟିକେ ପାଇବା ପାଇଁ

ତୁମେ ସେ ପିଲା ହାତ ଧରି ଗଲ ଚାଲି ॥


କିନ୍ତୁ ତୁମ ପୋଲିସ ବାପା ମୋତେ ଧରିଲେ

ମୋ ଘର ଲୋକଙ୍କୁ ଅପମାନ କରାଇଲେ

ମୋତେ ଅକାଟ୍ୟ ଶଦ୍ଦ ସବୁ କହି କହି

ଗୋଟିଏ ପ୍ରହର ତାଙ୍କ କବ୍ଜାରେ ରଖିଦେଲେ ॥


ମିତ ନାଁ ରେ ତୁମେ କଲ ମୋତେ ଭୟଭୀତ

ଆଉ କେଉଁ ମିତ ଉପରେ ଭରସା ପାଉନି ମିତଲୋ

ଯେବେ ତୁମେ ଧୋକା ଦେଇ କୁଆଡେ ଚାଲିଗଲ

ଆଉ ମୋତେ ଅକାରଣେ ଥାନା ଦୂଆର ଦେଖାଇଲ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance