ମିଶୁ ମୋର ଦେହ
ମିଶୁ ମୋର ଦେହ
ମିଶୁ ମୋର ଦେହ ଏ ଦେଶ ମାଟିରେ
ମଲା ବେଳେ ତେବେ ମରବି ଶାନ୍ତିରେ l
ଦେଶ ହିତ ପାଇଁ ଜୀବନ ହାରିଲେ
ମନରେ ଲାଳସା ରହିବନି ତିଳେ l
ନେଇଯାଅ ମୋର ହାତ ଗୋଡ଼ ଆଖି
ସରଗକୁ ଯିବି ହୋଇ କାହା ସାକ୍ଷୀ l
ଫିଙ୍ଗିଦିଅ ପଛେ ନରକକୁ ମତେ
ସୁଖରେ ରୁହନ୍ତୁ ମୋ ଜାତି ସମସ୍ତେ l
ଲୋଡ଼ା ନାହିଁ ମୋର କୁବେର ଭଣ୍ଡାର
ସଭିଙ୍କ ସପନ ହେଉ ଯେ ସାକାର l
