ମିଶିଯିବି ପୃଥିବୀରେ....
ମିଶିଯିବି ପୃଥିବୀରେ....
ଜୀବନଟିକୁ ମୋ ନଦୀଟିଏ କଲି
କେବେ ଚାହିଁ ବିନି ଫେରି ପଛକୁ
ଯେତେ ଦୁଃଖ ଝଡ ବତାସ ବି ଆସୁ
ମାଡି ଚାଲିଥିବି ଆଗକୁ ।
ହୃଦୟଟିକୁ ମୋ ତରୀଟିଏ କରି
ବାହି ଦେଲି ସେ ନଦୀରେ
ଯେତେ ବି ପଥିକ ଆସିବେ ସେ ପଥେ
ପାରି କରିବି ମୁଁ ଅକ୍ଳେଶରେ।
ଶରୀରଟିକୁ ମୋ କରି ମୁଁ ଦେଇଛି
ସୂର୍ଯ୍ୟଙ୍କ ପରି ତେଜ୍ୱସୀ
ଯେତେ ଜଳିଲେ ବି ବାଧିବନି ଜମା
ଆଲୋକ ବାଣ୍ଟିବି ବସି ।
ପବନ ସାଥିରେ ନିଃଶ୍ୱାସ ମିଶାଇ
ବିଶ୍ୱାସେ ନେଇଛି ବରି
ଯୁଆଡେ ଗଲେ ବି ଦୁଃଖ କରିବିନି
ବାଜିବି ଦେହେ ସବୁରି ।
ଚକ୍ଷୁ ଯୁଗଳକୁ ସମର୍ପି ଦେଇଛି
ଚାନ୍ଦ ଶୀତଳତା ପରେ
ସମସ୍ତଙ୍କୁ ସ୍ନିଗ୍ଧ ଶୀତଳତା ବାଣ୍ଟି
ମିଶିଯିବି ପୃଥିବୀରେ ।