STORYMIRROR

Manaswini Dash

Inspirational

3  

Manaswini Dash

Inspirational

ମିଳନ

ମିଳନ

1 min
50

ଅନେକ ଦିନ ବିତିଯାଇଛି ତା ବାଟରେ 

ଅନେକ ବର୍ଷ ବି ନୀଡ ରଚନାକରି ଚାଲିଯାଇଛି ନୀରବରେ  

ମାତ୍ର ; ହୃଦୟ ମଧ୍ୟରେ ପ୍ରଜ୍ବଳିତ ଜଂଜାଳର ଅଗ୍ନି 

ଯେମିତି ମତେ ପରିଣତ କରିଦେଇଥିଲା ଏକ ବିରସ ମଣିଷରେ 

କେବଳ ସଂସାରର କର୍ତ୍ତବ୍ୟ ଛଡା

ଜୀବନରେ ଅନ୍ୟ କିଛି ଲକ୍ଷ୍ୟ ନିସ୍ତାର ନେଇଥିଲା ସବୁଦିନପାଇଁ 

ଅର୍ଥ ରୋଜଗାର କରିବାର ସଂଗ୍ରାମରେ

ମୁଁ ଥିଲି ଅପରାଜିତା ଯୋଦ୍ଧା

କିନ୍ତୁ ଅଚାନକ ଏ ଶାନ୍ତିର ବାର୍ତ୍ତା

ଯେମିତି ବଦଳାଇଛି ଜୀବନର ରଙ୍ଗ, ଢଙ୍ଗ ଆଉ ଶୈଳୀ 

ସବୁ ବ୍ୟସ୍ତତା ଯେମିତି ମିଳେଇଯାଇଛି ଶୂନ୍ୟରେ 

ଆଉ ହୃଦୟ ମଧ୍ୟରେ ପୁଣି ଅଙ୍କୁରିତ ହୋଇଛି

ପ୍ରକୃତିକୁ ଉପଭୋଗ କରିବାର ବ୍ୟାକୁଳତା 

ସବୁ ସମ୍ପର୍କକୁ ଯଥାର୍ଥତା ଦେବାର ଏକ ଅଭୂତପୂର୍ବ ଉନ୍ମାଦନା 

ପୁଣି ସେଇ ରାତି ସହ କଥା ହେବାର ଗୁପ୍ତ ଇଚ୍ଛା,

ଜହ୍ନରେ ମୁହଁକୁ ଦେଖିବାର ଅଭିଳାଷ

ଆଉ ପବନ ସହ ମିଳନର ଏକ ଭାବପ୍ରବଣତା 

ଲକଡାଉନ ଯେମିତି ଶାନ୍ତିର ପ୍ରତିମୂର୍ତ୍ତି ହୋଇ

ଉଭାହୋଇଛି ଏ ଧରାଧାମରେ 

ସବୁ ବିଷାଦ, ବ୍ୟସ୍ତତାକୁ ନିଜେ ହଜମ କରି

ସାରା ପୃଥିବୀକୁ ବାଂଟିଦେଇଛି ନୀରବତା 

ଆଉ ଏ ନୀରବତାର ବ୍ୟାପକତାରେ ମୁଁ ଖୋଜି ପାଇଛି ନିଜକୁ 

ଆଉ ପ୍ରତି ମୁହୂର୍ତ୍ତରେ ପ୍ରକୃତି ସହ ମିଳନର ଆଶାରେ

ମୁଁ ନିଜକୁ ସଜେଇଦେଇଛି ଏକ ଅତୃପ୍ତ ପ୍ରମତ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational