STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ମିହିର ଭାଇ ଅମର ରହେ

ମିହିର ଭାଇ ଅମର ରହେ

2 mins
209

ଯୁଗ ଜନ୍ମା ହେ ମିହିର ଭାଇ

କିମ୍ବଦନ୍ତୀ ପୁରୁଷ ଯେ ଥିଲ

ମଥୁରା ବିଜୟ ଆଉ ରାମାୟଣ ଦ୍ୱାରା 

ସିନେ ଦ୍ୱାରରେ ପାଦ ଥାପିଥିଲ ll


ଏଇ ଆମର ସଂସାର ଯେ ଥିଲା 

ତମେ ଥିଲ ଆକାଶର ଆଖି

ହସ ଲୁହ ଭରା ଦୁନିଆ ସାଗରରେ

ଲକ୍ଷ୍ମୀ ପ୍ରତିମା ଦେଲ ଭେଟି  ll


ଏଇତ ଦୁନିଆ ହେ ମିହିର ଭାଇ

ଚାଲେ ଏଠି ଦାଦାଗିରି

କେବେ ଯେ ତମେ ଧର୍ମ ଦେବତା

କେବେ କ୍ରିଷ୍ଣା କାବେରୀ ll


ସମୟ ଚକରେ ସଂସାର ରଥ ଭାଇ

ହିସାବ କରୁଛି କାଳିଆ

କାଳିଆ ଭରଷାରେ ସୌଭାଗ୍ୟବତୀ

କେବେ ବୋଉ କେବେ ମହୁଆ ll


ଭାଇ ହେଇଯାଏ ଭଗାରୀ ଏଠି ଗୋ

ନିରାଶ ଲକ୍ଷ୍ମୀର ଅଭିସାର

ଭାଗ୍ୟ ହାତେ ଡୋରୀ ଲାଗିଛିରେ ଭାଇ

କାଳିଆ ଭରଷା ଜୀବନ ଧାର  ll


କି ହେବ ଶୁଆ ପୋଷିଲେ କୁହ ମିହିର ଭାଇ

ଭାଇ ହେଲା ଏଠି ଭଗାରୀ

ଜୀବନ ମୃତ୍ୟୁର ରଶ୍ମୀରେଖା ଏଠି

ସମୟ ଖେଳୁଛି ଚକାଭଉଁରୀ    ll


ଗୋପରେ ବଢୁଛି କଳା କହ୍ନେଇରେ ଭାଇ

ଖେଳେ ଚକା ଚକା ଭଉଁରୀ

ତୁ ଏକା ଆମର ସାହା ଭରଷାରେ ଭାଇ

ସମୟ ହାତରେ ଡୋରୀ ll


ତୋ ବିନା ଭଲ ଲାଗେନା ମିହିର ଭାଇ

ଏମନ ମାନେନା କି ବୁଝେନା

ଅଗସ୍ତ୍ୟl ଅଭୟ ତୁମେ ଲଭ ମାଷ୍ଟର ତମେ

ଲୋଫର ଇଡିଏଟକୁ କଲ ଦିୱାନା ll


ତମେ ଥିଲ ପୁଅ ମୋର ଭୋଳା ଶଙ୍କର

ପୁଛୁଥିଲ ମାଆ ଆଖିର ଲୁହ

ମୁକ୍ତି ମଶାଲ ଜଳାଉଥିଲ ମିହିର ଭାଇ

ମା ପରି କିଏ ହେବ ତୁମେ କୁହ  ll


ସଭିଙ୍କୁ ବାନ୍ଧି ଥିଲ ପ୍ରେମ ବନ୍ଧନରେ

କଲ ଚୋରି ଚୋରି ମନ ଚୋରି 

ଅଗ୍ନି ଶିଖା ହେଇ ଶତ୍ରୁ ସଂଘାର କଲ

ଗୁଣ୍ଡା ବେଡ଼ ଗାର୍ଲଙ୍କୁ ଟାର୍ଗେଟ କରି  ll


ସୁନା ଭଉଣୀକୁ ଫେରିଆଣିଲ ଯେ

ରାଖୀ ବାନ୍ଧି ତମେ ରଖିଲ ମାନ

ହସେଇଲ ପୁଣି ମୋ ସୁନା ସଂସାରକୁ

ସଭିଙ୍କୁ ବାନ୍ଧିଲ ପବିତ୍ର ବନ୍ଧନ  ll


ଆଶାର ଆଲୋକ ସାଜି ଅହଲ୍ୟା ତରିଲ

ଜୀବନ ଧାରର ଭୁଲ କାହାର

ଅଭିମନ୍ୟୁ ସାଜି ଅଗ୍ନି ସଙ୍କଟରେ

କେତେ କ୍ରିମିନାଲକୁ କଲ ଆପଣାର  ll


ରାଜା ଝିଅ ସଙ୍ଗେ ହେଲା ତୁମ ଭାବ

ସଂଗୀତାଙ୍କୁ ଦେଲ ସୁହାଗ ସିନ୍ଦୁର

ସମୟ ଯେ ଖେଳିଲା ଚକା ଭଉଁରୀ 

ବିଧାତା ବାନ୍ଧିଲା ତୁମ ହାତରେ ଡୋର ll


ସ୍ତ୍ରୀ କୁ ତମେ ଦିନେ କହୁଥିଲ ଭାଇ

ତୋର ମୋର ଯୋଡି ସୁନ୍ଦର

ପ୍ରେମ ଅଢେଇ ଅକ୍ଷର ଥିଲା ଯେ ଭାଇ

ତୁମେ ହିଁ ସାଥି ମୋର ll


ଲଭ ଷ୍ଟେସନରେ ରହି ମିହିର ଭାଇ

ଲଭ୍ ପାଇଁ କୁଛ ଭି କରୁଥିଲ

ଓଡିଶା ପାଇଁ ଲଭ୍ ମାଷ୍ଟର ସାଜି

ହୃଦୟ ରୋମିଓ ଜୁଲିଏଟ୍ ସାଜିଗଲ ll


ଥିଲ ତମେ ଆରମ୍ଭ ଥିଲ ତୁମେ ଶେଷ

ଓଡ଼ିଆ ସିନେମା ପାଇଁ

ତୁ ଥା ମୁଁ ଯାଉଛି ରୁଷି ଗୋ ଭାଇ

ୠମୁକୁ ଝୁମାନା ଶୁଭୁଛି ନାହିଁ ll


ତୁମ ବିନା ଭଲ ଲାଗେନା ଗୋ ଭାଇ

ଥିଲ ସପନର ସୌଦାଗର

ଆଲୋ ମୋର କଣ୍ଢେଇ କହି କହି

କେତେ କୁନିକୁ ନିଜର କଲ  ll


ସଞ୍ଜୁ ସଞ୍ଜନାକୁ ଲିଫ୍ଟ ଦେଲ ତୁମେ

ପ୍ରିୟା ଡ୍ରିମ ଗାର୍ଲକୁ ସଫଳ କଲ

ସିଷ୍ଟର ଶ୍ରୀଦେବୀରେ ଜମେଇ ଦେଲ

ACP ସାଗରୀକାରେ ଧୁମ ମଚାଲ ll


କେବେ ଭାଇ ପୁଅ କେବେ ପୁଣି ବାପା

କେବେ ହେଉଥିଲ ସ୍କୁଲ ମାଷ୍ଟର

କେବେ ନାୟକ ପୁଣି କେବେ ଖଳ ନାୟକ

କେବେ ସାଜୁଥିଲ କମେଡି ଲୋଫର ll


ହିରୋ ଥିଲ ତମେ କଥା ଥିଲା ପ୍ରେମ

ସର୍ବ କଳାରେ ପୂର୍ଣ୍ଣ ଥିଲ

ଲଭ ଷ୍ଟେସନରେ ଅନଲି ପ୍ୟାର କରି

ପ୍ରେମ ପାଇଁ ମହାଭାରତ ରଚିଲ ll


ଲଭ ପାଇଁ ତମେ କିଛି ବି କରୁଥିଲ

ଦେହର ଛାଇ ହୋଇ ରହୁଥିଲ

ଚିନି ହେଇ ସମସ୍ତଙ୍କୁ ଖୁସି କରାଉ ଥିଲ

ମିଷ୍ଟର ମଜନୁ ହୋଇ ହାପିଲକି କରାଉଥିଲ ll


ଏମିତି ବି ପ୍ରେମରେ ହୁଏ ମିହିର ଭାଇ

ତୁମେ ହିଁ ସାଥି ଓଡ଼ିଶାର

ଶତ୍ରୁଗ୍ନରୁ ତମେ କାକା ସାଜିଗଲ 

ଆଭିନୟର ତ ତୁମେ ଯାଦୁଗର ll


ଓଡିଶାକୁ ଦିନେ ପାଗଳ କରିଥିଲ

ତମ ଅଭିନୟ ଯାଦୁରେ

ତମେ ହିରୋ ନମ୍ବର ୱାନ ତମକୁ ଡାକୁଛି 

ଆ ରେ ସାଥି ଆ ରେ ll


କଟକ, ସହର ଜଳୁଛି ଯେବେ ବି

ତମେ ଯେ ଆଗେଇ ଆସ

ଅଭୟ ସାଜି ଆଉ ଗୁଡ଼ ବୟ ସାଜି

ଇଡିଏଟ ଗୁଣ୍ଡା କର ନାଶ  ll


ସାତ ସୁର ବନ୍ଧା ଏଇତ ଜୀବନ

ଜୀବନ ମୃତ୍ୟୁର ଏ ଆସର

ପରଦେଶୀ ଚଢେଇ ସାଜି ତୁମେ

ମାୟା ଲଗେଇ ଚାଲିଗଲ କେଉଁ ଦୂର ll


ଯେଉଁ କଟକ ସହର ଦିନେ ଖୁସିରେ ଝୁମୁଥିଲା 

ଲୁହରେ ଆଜି ସେ ଭିଜିଛି

ସବୁ ପ୍ରୀତିର ଇତି ଯେ କରି ଦେଲ ତୁମେ

ତୁମକୁ ଆଜି ଏ ଓଡିଶା ଝୁରୁଛି  ll


ଜୀବନର ପଥେ ସଂଘର୍ଷ କରି କରି

ନିଜେ ଲୁହ ପିଉଥିଲ

ଅନ୍ୟକୁ ହସାଇ ସ୍ମାଇଲ ପ୍ଲିଜ କହି

ଜୀବନ ବାଜିରେ ଝଡିଗଲ ll


ପୁଳା ପୁଳା ସ୍ମୃତି ଛାଡିଦେଲ ଭାଇ

ସାରା ଓଡିଶା ତୁମକୁ ଝୁରୁଛି 

ଦେଉଛୁ ତୁମକୁ କୋଟି ଶ୍ରଦ୍ଧାଞ୍ଜଳି

ମିହିର ଭାଇ ଅମର ରହେ

ମିହିର ଭାଇ ଅମର ରହେ

ଗଗନ ପବନ ପ୍ରକମ୍ପତି ହେଉଛି ll



Rate this content
Log in

Similar oriya poem from Abstract