STORYMIRROR

SADASIBA NAYAK

Abstract

2  

SADASIBA NAYAK

Abstract

ମିଛ

ମିଛ

1 min
205

ଏଠି ସମ୍ପର୍କ ମିଛ ଆଉ ସପନ ମିଛ

ଵିଶ୍ଵାସ ମିଛ ଏଠି ନିଶ୍ଵାସ ମିଛ

ତଥାପି ସମ୍ପର୍କର ଅଟ୍ଟାଳିକା ର ସପନ

ଦେଖୁ ଦେଖୁ ନିଶ୍ବାସ ଉପରେ ବିଶ୍ୱାସ


ପ୍ରେମ ମିଛ ଏଠି ପ୍ରଣୟ ମିଛ

ବନ୍ଧୁତ୍ବ ମିଛ ଏଠି ବନ୍ଧନ ମିଛ

ବନ୍ଧୁତ୍ବର ଚରମରେ ପ୍ରେମ ପୁଣି

ପ୍ରଣୟର ଆବଦ୍ଧରେ ବନ୍ଧନ


ଚାହାଣି ମିଛ ଏଠି କାହାଣୀ ମିଛ

ବାଟୋଇଟା ମିଛ ଏଠି ବାଟ ସବୁ ମିଛ

ବାଟୋଇର ଚାହାଣି ରେ କାହାଣୀଟା

ଅନେକ ବାଟ ଲମ୍ବି ଲମ୍ବି ଥକି ଯାଏ


ସୌନ୍ଦର୍ଯ୍ୟ ମିଛ ଏଠି ସମ୍ବନ୍ଧ ମିଛ

ଆଇନାଟା ମିଛ ଏଠି ଚେହେରା ବି ମିଛ

ସମ୍ବନ୍ଧ ଗଢ଼ି ଥିବା ସୁନ୍ଦର ଚେହେରା ଟି

ଆଇନା ଆଗରେ ଫିକା ପଡି ଯାଏ


ସମୟଟା ମିଛ ଏଠି ଜୀବନ ବି ମିଛ

ଦୁନିଆଁଟା ମିଛ ଏଠି ନିଆଁ ପୁଣି ମିଛ

ସମୟ ଚକ୍ରରେ ଜୀବନଟା ଏଠି

ଦୁନିଆଁ ଜୁଇ ରେ ମଶାଣି ନିଆଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract