STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

"ମିଛ ସଙ୍ଗାତ"

"ମିଛ ସଙ୍ଗାତ"

2 mins
346

     

   ମିଛ ସ୍ଵାର୍ଥ ପାଇଁ ଆସ ଗାଇବା ଗୀତ

       ବସିବା ରେ ଭାଇ ଆସ ମିଛ ସଙ୍ଗାତ

    ବିଶ୍ବାସରେ ଆସ ଦେବାରେ ବିଷ

     ହସିବା ପୁଣି ମିଛର ହସ ।


    ଜୀବନ ଜୀବିକା ପାଇଁ ଆମେ ସ୍ଵାର୍ଥ ଦେଖିବା

      ସଂସାର ଜଞ୍ଜାଳେ ସଭିଏଁ ବୁଡିଣ ଯିବା

     ଆଜିର ସପନ କାଲିକୁ ନାହିଁ

      କା ପାଇଁ ଆମେ କାନ୍ଦିବା କ'ଣ ପାଇଁ

     କିଏ ଭାଇ ବନ୍ଧୁ କିଏ କୁଟୁମ୍ବ

     ନିଜେ ବଞ୍ଚିଥିଲେ ବାପର ଗର୍ବ

     ଏମିତି ହୋଇଛି ଆଜି ସମାଜ

      ସଙ୍ଗାତ ବସିବା ପୂର୍ବୁ ଏ କଥା ହେଜ

      କେ ନୁହେଁ କାହାର ସ୍ଵାର୍ଥରେ ମିତ

        ଏ ସବୁ ଖାଲି ମିଛ ସଙ୍ଗାତ ।

    

     ଗାଁ ସାହି ଭାଇ କେ ନୁହେଁ କା' ର

       ସ୍ବାର୍ଥ ସରିଗଲେ ସଭିଏଁ ପର

     ମା ପେଟର ଜନ୍ମିତ ଭାଇ

      ଅଟେ ପରା ବଡ ଭଗାରି ସେହି

     କାହାକୁ କହିବା ଶୁଣିବ କିଏ

      ନିଜ କର୍ମ ବଳେ ବଞ୍ଚିବା ପ୍ରାୟେ

     କ'ଣ ମିଛ କ'ଣ ସତ

      ଦାଣ୍ଡ ଲୋକେ କହୁଛନ୍ତି

     ଆସ ବସିବା ମିଛ ସଙ୍ଗାତ ।


     ବନ୍ଧୁ ପରିଜନ ସଭିଏଁ ଦେଖିଲଣି ଯେ ସ୍ଵାର୍ଥ

        ଆଉ ନାହିଁ କାଲିକା ବନ୍ଧୁ ସଙ୍ଗାତ

     ମିଛି ମିଛିକା ବୋହୂ ବୋହୂକା ଖେଳ

      ଆମ ସମାଜ ପାଇଁ ହେଲାଣି କାଳ

     କାହାକୁ ଭାବିବା ଆମେ ନିଜର

      କେ ପୁଣି ଅଟଇ ଆମର ପର

     ପର ଆପଣାର ଭାବି କି ଭାବେ

       ଆମେ କରିବା ମିତ

      ମିଛି ମିଛିକା ବସିବା ଆସ

         ମିଛ ସଙ୍ଗାତ ।


    ବିପଦେ ଆପଦେ ଆଉ କେ ନୁହେଁ କା' ର

      ସାହା ସିନା ସେହି ଜଗତ ଠାକୁର

      ବାପ ମାଆ ଭାଇ ବନ୍ଧୁ କୁଟୁମ୍ବ

      ଏବେ ଆମ୍ବେଡା ଦେଖାଇ କୁହନ୍ତି ଆମ୍ବ

     ସଭିଏଁ ଏବେ ଯେ ସୁଖର ସାଥୀ

      ଦୁଃଖ ବେଳେ କେ ଦେଖା ନ ଦ୍ୟନ୍ତି

     କାହାକୁ କହିବା ଆମର ମିତ

    କିଏ ସେ ଶୁଣିବ ଆମ ଦୁଃଖର ଗୀତ

    ଆସ ବସିବା ମିଛ ସଙ୍ଗାତ ।


    ବୁଦ୍ଧିଜୀବି ଆଜ ଅନ୍ଧ ମୁକ ବଧିର

     ନିଜକୁ ବୋଲାନ୍ତି ସେ ସତ୍ୟ ପୀର

    ଯୁବପିଢିଙ୍କର ପ୍ରଗତି କୁ ରୋକନ୍ତି

     ନିଜ ସ୍ଵାର୍ଥେ ନିଜେ ବୁଡି ଯାଆନ୍ତି

     ନେତାଏ ଆମର ଭାରି ସ୍ଵାର୍ଥପର

      ଯୁବକ ଛାତ୍ରଙ୍କୁ କରନ୍ତି ହତାଦର

    ସଭିଏଁ ନିଜର ସୁଖ ସ୍ଵାର୍ଥ ଦେଖନ୍ତି

    ଅନ୍ୟର ଦୁଃଖ ଦୁର୍ଦ୍ଦଶା ରେ ମୁହଁ ବୁଲାନ୍ତି

   ନାହିଁ ଦୟା କ୍ଷମା ନାହିଁ ଦରଦ

     ସମାଜ ସଜାଏ ଆମକୁ ଅଭଦ୍ର

     କୁହେ ଏ ସମାଜ ନ ଚିନ୍ତ କାହାର ହିତ

     ମିଛ ଅଭିନୟେ କରି ଚାଲ ମିଛ ସଙ୍ଗାତ ।


     ସାଙ୍ଗ ସାଥୀ ଆଉ ଆଗ ଭଳି ନାହାନ୍ତି

       ସୁଯୋଗ ଦେଖିଲେ ପଛେ ଛୁରୀ ମାରନ୍ତି

     ସୁଖେ ସଭିଏଁ ହୋଇବେ ମେଳ

     ଦୁଃଖ ରେ ପଡିଲେ ସାଜିବେ କାଳ

    ମାନ ସମ୍ମାନର ନ ରଖନ୍ତି ଭୀତ

     ସ୍ଵାର୍ଥ ପାଇଁ ସାଜନ୍ତି ଖଣ୍ଡିଆ ଭୂତ

     ମିଛ ଏ ଦୁନିଆଁ ମିଛ ଏ ସମ୍ପର୍କ ର ମହତ

     ସେ ପାଇଁ ବସିବା ବସିବା ଆସ

       ଆଜି ଆମେ ମିଛ ସଙ୍ଗାତ ।



Rate this content
Log in

Similar oriya poem from Abstract