Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Tragedy

4.5  

Reeta aparajeeta Mohanty

Tragedy

ମିଛ ସିନ୍ଦୂର

ମିଛ ସିନ୍ଦୂର

1 min
251



ସତ ହେଉ ବା ମିଛ 

ସିନ୍ଦୂର ଟିକିଏ ଚାହିଁଥିଲା 

ହେଲେ ମିଳିଲା କେଉଁଠି 

ଜୀବନ ଯାକର ଖୁସି 

ଯାହା ହାତେ ଟେକି ଦେଲl 

ପ୍ରତି ବଦଳ ରେ କେବଳ 

ଦୁଃଖ ପାଇଲା 

ସେ ଓଢଣା ଟାଣି ବଧୂ 

ହେବାର ଅଧିକାର 

ତା ଠୁ ଛଡେଇ ନେଲା 

ସମୟ ସେ ଆଜି ଗୁମୁରି କାନ୍ଦୁଛି 

ପ୍ରତିଦିନ ତା ମୂଲ କସାକସି ହୁଏ

ସେମାନେ ତାକୁ ପଣ୍ୟ ବସ୍ତୁ କରିଦିଅନ୍ତି

ହେଲେ ସେ ସେବେ ନିରହ 

ସରଳ ଥିଲା 

ଛଳନା କୁ ସତ ଭାବିଦେଲା

ଯିଏ ମିଛ ସିନ୍ଦୂର ପିନ୍ଧେଇ ଥିଲା

ତାର କେଉଁଠି ଖୋଜ ଖବର ନଥିଲl

ଏଠି ସମସ୍ତେ ଗ୍ରlହକ 

କେହି ହୃଦୟ ର ଭାଷା ପଢିବାକୁ ଇଛୁକ ନଥିଲେ ....।

ସେ ସନ୍ଧ୍ୟାବତୀ ଘର ଅଗଣା 

ସ୍ତ୍ରୀ କି ବୋହୂ ଡାକ ତା ପାଇଁ ସାତ 

ସ୍ୱପ୍ନ ହେଇଯାଏ।

ସେ ମିଛ ସିନ୍ଦୂର ର ବୋଝ ବୋହି ବୋହି ତା ଜୀବନ କଟିଯାଏ।

ସତରେ ଟିକିଏ ସିନ୍ଦୂର 

ବାହା ବେଦୀ ବ୍ରାହ୍ମଣ ର ମନ୍ତ୍ର ର ମୂଲ୍ୟ

ଯଥା ରାବଣସ୍ୟ ମନ୍ଦୋଦରୀ 

ଯଥା ନଳସ୍ୟ ଦମୟନ୍ତି 

ଉଚ୍ଚାରଣ ଅର୍ଥ ସେ ବୁଝିଥିଲା

ଏ ଦୁନିଆ ଯାହାକୁ ବାରଙ୍ଗନା ବୋଲି 

ଭାବି ଘୃଣା କର।


Rate this content
Log in

Similar oriya poem from Tragedy