STORYMIRROR

Ansuman Swain

Tragedy

4  

Ansuman Swain

Tragedy

ମିଛ ଏ ଦୁନିଆଁ

ମିଛ ଏ ଦୁନିଆଁ

1 min
363


କାହିଁ ଦେଲ ମତେ ମନୁଷ୍ୟ ଜନମ

   ଏହି କଳି କାଳେ ପ୍ରଭୁ

ନାଚି ପାରୁନାହିଁ ଏ ରଙ୍ଗ ମଞ୍ଚରେ 

   ତମେତ ଦେଖୁଛ ସବୁ ।


ସତ୍ୟ ପଥେ ଗଲେ ସଭିଏଁ ବିରୋଧୀ 

    ହସ ଖୁସି ଏଠି ଛିର୍ନ

କେମିତି ଗଢିଲ ହେ କଳା ଠାକୁର 

    ଏଠି ପରା ସବୁ ଭିର୍ନ।  


ବୋଲିବା ଆଗରୁ ଭୟ ତ ଲାଗୁଛି 

     ସ୍ନେହ ଶ୍ରଦ୍ଧା ଏଠି ପର

ଏ ରଙ୍ଗ ମଞ୍ଚରେ ନାଚି ନ ପାରିଲେ

     ଚାଲିଯିବି ବହୁ ଦୂର ।              

 

ଦିମୁଠା ଦିଓଳି ଖାଇବା ମିଳୁନି 

   ସବୁତକ ଏଠି ବିଷ

ପ୍ରତି ମୁହୂର୍ତ୍ତରେ ଜଳି ,ଜଳି ମୁହିଁ 

    ମାରୁଛି ମିଛ ନିଶ୍ୱାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy