Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Abstract

4  

Sarojini Jena

Abstract

ମିଛ ଦୁନିଆ

ମିଛ ଦୁନିଆ

1 min
253



ସବୁ ମିଛ ଲାଗେ ତଥାପି ଏ ମନ ଜମା ବୁଝେନା

ମିଛ ଏ ଦୁନିଆ ପୁଣି ମିଛ ଭାବନା l


ଅଢ଼େଇ ଦିନର ବଢ଼େଇ କଥାରେ

ବୃଥା ଅଭିମାନେ ଦିନକୁ ସାରେ l


ଜୀବନ ଏଠି ପାଣି ଫୋଟକା ସମ

ଆଖି ଦେଖେ କେତେ ପୁଣି ମିଠା ସପନ l


ବିରାଟ ଦ୍ରୁମ ପରି କାୟା ବିଛାଏ

ଶୈଶବରୁ ବାର୍ଦ୍ଧକ୍ୟ ମାୟାରେ ପଡେ l


ସଂସାର ମାୟାରେ ପଡି ହଜେ ସ୍ବପ୍ନ ପୁରୀରେ

ଉତଫୁଲ୍ଲିତ କରେ ଛାତି ମାତି ଗର୍ବରେ l


ଧନ, ଜନ, ସୁବର୍ଣ୍ଣକୁ କରି ଗହଣା

ଅଟ୍ଟାଳିକା ଗଢେ ପୁଣି ଦେଇ ପାଉଣା l


ଜୀବନର ମୂଲ୍ୟ ସେତ କିଛି ବୁଝେନା

ଧନଗର୍ବ ମୋହେ ପଡି ହଜାଇ ଦିଏ ସେ ସୁନେଲି ଭାବନା l


ମିଥ୍ୟା ଗର୍ବେ ମାଡ଼ିଯାଏ ଭାବେ ମୁଁ କଂସ ରାବଣ

ଏଠି ସବୁ ମିଛ ଲାଗେ ଘଟରୁ ଛୁଟିଲେ ପ୍ରାଣ l


ଅନ୍ଧକାରେ ଯେପରି ମାଡିଆସେ କୁହୁଡ଼ି

ମିଛ ଦୁନିଆ ଦିନେ କ୍ଷୟ ହେବ ଯିବା ସଭିଏଁ ବାହୁଡ଼ି l


ଅଭିନୟର କାଳାଂଶ ଦିନେ ପୁରିତ ଯିବ

ଯାହା ଲାଗୁଥିଲା ମରୁଝର ସମ ମରୀଚିକା ଲାଗିବ l


ବେଳହୁଁ ସାବଧାନ ମନକୁ କଲେ

ଏ ମିଛ ଦୁନିଆରେ ସତ ଏକା କାଳିଆ ଲାଗିବ ଭଲେ ll


  


Rate this content
Log in

Similar oriya poem from Abstract