STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ମିଛ ଅହମିକା

ମିଛ ଅହମିକା

1 min
37


ଏଇ ଜୀବନ ଟା ନୁହଁଇ ମୋହର

   ଅଟେ ଈଶ୍ବରଙ୍କ ଦାନ

କାହା ମୁଖେ ଯଦି ହସ ଦେଇଯିବି

  ସେହି ହେବ ମହା ପୁଣ୍ୟ ।(୧)


ଆଜି ମରିଗଲେ କାଲି କି ଦି ଦିନ

  ଫେରିଯିବି ଶୂନ୍ୟ ହାତେ

ତଥାପି ମନ ରେ  ମିଛ ଅହମିକା

 ସବୁ ମୋର ବୋଲି କେତେ ।(୨)


ଆପଣା କିଏ ସେ ଅବା କିଏ ପର

  ଭାବିବାକୁ ନାହିଁ ବେଳ

ହାରିଲି ଜିତିଲି ପାଇ ହଜେଇଲି

   ସାରି ବାକୁ ହେବ ଖେଳ ।(୩)

  

 ଅଢେଇ ଦିନର  ଅତିଥି ଟେ ମୁହିଁ

  ଭାବେ ସବୁ ଅଟେ ମୋର

 ମିଛ ଲୋଭ ମାୟା ମୋହକୁ ତେଜିଲେ

  ସଂସାରୁ ହୋଇବି ପାର ।(୪)


ମାଟି ଦେହ ଦିନେ ମିଶିବ ମାଟିରେ

  ତା ପାଇଁ କେତେ ଯତନ

ଚିତ୍ର କର ସମ ବୋଳି ଦେଉଅଛି

   ରଙ୍ଗ କେତେ ଭିନ୍ନ ଭିନ୍ନ।(୫)


ମୋର ବୋଲି ଯାହା ସାଇତି ରଖିଛି

   ଲୋଡା କିଛି ହେବ ନାହିଁ

ଛ' ଖଣ୍ଡ ବାଉଁ ଶେ କୋକେଇ ହୋଇବ

  କାନ୍ଧେ ବୋହିନେବା ପାଇଁ ।(୬)


ଜୀବ ଛାଡି ଗଲେ ବନ୍ଧୁ ପରିଜନ

 ଛୁଇଁ ବେନି ମଡ଼ା କହି

ମୁଠାଏ ପାଉଁଶ ହେବ ଏ ଶରୀର

 ନ ପାରିବେ ଚିହ୍ନି କେହି। (୭)


ଆତ୍ମୀୟ ସ୍ୱଜନ ନ ଯିବେ ସଙ୍ଗତେ

  କେହି ଜଣେ ଆପଣା ର

ହରି ନାମ ଏକା ସାହା ଟି ହୋଇବ

 ଏ ଭବୁ କରିବ ପାର ।(୮)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract