STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ମିଛ ଅଭିନୟ କରି

ମିଛ ଅଭିନୟ କରି

1 min
157


ରଙ୍ଗ ବଦଳାଇ

ମିଛ ଅଭିନୟ କରି

ବଞ୍ଚିବାର ନାମ କି ଜୀବନ ?


ମିଛ ପ୍ରତିଶ୍ରୁତି ଦେଇ

ମିଛ ପ୍ରେମର ଅଭିନୟ କରି

ଅନ୍ୟ ହୃଦୟକୁ କରି ବିଦାରଣ

ତା ନାମ କି ଅବା ଜୀବନ ?


ଜୀବାଣୁ ଭୂତାଣୁରେ ଭରା

ଆମ ସଭିଙ୍କର ଏ ତନୁ ମନ

ମନକୁ ଚୋରାଇ ହୃଦୟକୁ ମୋହି

ପରିସ୍ଥିତି ଓ ପରିବେଶର

ବାହାନା ଦେଖାଇ

ବିଶ୍ଵାସେ ବିଷ ଦେଇ

ପ୍ରେମକୁ କରି ଖଣ୍ଡନ

ସତେ କି ତା'ର ନାମ

ସତ୍ ପ୍ରେମିକ ପ୍ରେମିକାଙ୍କ ଜୀବନ ?


ନ ଭୁଲି ଭୁଲିବା ର

ଯେଉଁ ମିଥ୍ୟା ଅଭିନୟ

ଜାଣି ନ ଜାଣିବାର ଯେଉଁ ଅଭିନୟ

ଚିହ୍ନି ନ ଚିହ୍ନିବାର ଯେଉଁ ସୁନ୍ଦର ଅଭିନୟ

କିଏ ସତ କିଏ ମିଛ

କାହିଁ ପାଇବା ଆମେ 

ତାର ସତ ପରିଚୟ

ଖାଲି ସପନ ପରେ ସପନ

ଦେଖନ୍ତି ପ୍ରେମୀ ଯୁଗଳ ମାନ

ସଭିଏଁ ଖୋଜନ୍ତି ଯଶ ଧନ ଆଉ ମାନ

ସେଥିରେ ରହିଲେ ଊଣା

ପ୍ରେମୀ ଯୁଗଳଙ୍କ ପାଶେ

ପ୍ରେମ ହୋଇଯାଏ ଗୌଣ

ସତେ ଏହାର ନାମ କି ପ୍ରେମ

ଏହା ହିଁ ଆମ ଦୈନନ୍ଦିନ ଜୀବନ ।


ଭାବ, ଭକ୍ତି ଓ ପ୍ରେମ

କ୍ଷଣିକ ଭାବନ୍ତି ଆଜିର 

ଏ ଅତ୍ୟାଧୁନିକ ଜନ

ସୁକର୍ମକୁ ମଣନ୍ତି ହୀନ

କୁକର୍ମ ଦୁଷ୍କର୍ମ 

ତାଙ୍କ ପାଇଁ ଅଟେ ସବୁ ମହାନ

ସେ ପାଇଁ ବସ୍ତୁବାଦୀ ଦୁନିଆଁରେ

ପ୍ରକୃତି ଠାରୁ ମଣିଷ 

 ମଣଇ ନିଜକୁ ମହାନ

ସବୁଠି ବିଜ୍ଞାନର ଜୟ ଜୟ ଗାନ

କୃତ୍ରିମତାରେ ତୃପ୍ତ ଆଜିର ଏ ଜନ

ପ୍ରେମ, ପ୍ରଣୟ, ହୃଦୟ ଓ ମନ

ଏକବିଂଶ ଶତାବ୍ଦୀର ମନୁଷ୍ୟ ପାଶେ

ଏ ସବୁ ଅଟଇ ମୂଲ୍ୟ ହୀନ

ସ୍ଵାର୍ଥ ଓ ଅର୍ଥରେ 

ନିଜ ସ୍ଵାର୍ଥ ଅର୍ଥ ନିକିତିରେ

ତୁଲଇ ନିଜ ଆତ୍ମାଭିମାନ

ସ୍ଵାଭିମାନ ଓ ଆତ୍ମ ସମ୍ମାନ

ଆଜିର ମଣିଷ ଆଜି ପଚାରେ ନିଜକୁ

ମିଛ ଅଭିନୟ କରି

ବଞ୍ଚିବାର ନାମ କି ଅଟେ ଏ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract