STORYMIRROR

Gangotri Priyadarshini

Abstract Classics Fantasy

3  

Gangotri Priyadarshini

Abstract Classics Fantasy

ମଇ ମାସ

ମଇ ମାସ

1 min
233

ମଇ ମାସ ମାଆ କୋଳରେ ମୋହଗ୍ରସ୍ତ 

ନିଦାଘ ନିସ୍ତବ୍ଦେ ନୟନ ପିତୁଳା ମୋ ତ୍ରସ୍ତ ।।


କାଳ ବୈଶାଖୀ କରାଳ କମ୍ପିତ କଣ୍ଠର ହସ

ପବନ ପ୍ଲାବିତ କରୁଛି ଅପବାଦ ଅବଶୋଷ ।।


ଗୃହେ ଗୃହ ବନ୍ଦୀ ଘେରିଛି ଘୋର ଛନକା

ଜୀବନ ଜୀବିକା ଜଉ ଘରେ କୁହୁଳେ ଶଙ୍କା ।।


ନିୟତି ନିଷ୍ଠୁର ନୀରବେ ନାଶେ ନର ଭରଷା

ବ୍ୟଥିତ ବେଦନା ବାବୁରେ ବୃଦ୍ଧି ହୁଏ ସହସା ।।


ଜନ୍ମ ଜାତକରୁ ଜଗତ ଯାତ୍ରା ଜୁଇ ପର୍ଯ୍ୟନ୍ତ

କଷଣ ସାଗରେ ନାବ ଦୃଷ୍ଟି ନହୁଏ ଦିଗନ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract