STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

"ମହୁଲି ମଦୁଆ "

"ମହୁଲି ମଦୁଆ "

1 min
180

ଜହରକୁ ଚାପିଦେଇ ଚାଟୁଥାଏ କଳ

ପାଟିପଦ ଖନାଖାଏ ଗୋଡ଼ ଟଳମଳ

ସଂସାରେ ସାଜିଯାଏ ସେ ଏକ ସଇତାନ

ଗଛମୂଳ ,ନଦୀ-ନାଳ ତାହାରି ଭବନ


ଶବଦ ଶୁଣିଲା ଯଦି ସାଥୀ ଆସିବାର

ଗାଆଁଦାଣ୍ଡ ସାରା ଖାଲି ହେବ ଥରହର

କର୍ମହେବ ପଞ୍ଚଦୃଶ୍ୟ ମେଲୋଡ଼ିର ସାଥେ

ଗ୍ରାମବାସୀ ଦେଖି ସବୁ ଏପଥ ସେପଥ


ଘରଦ୍ୱାର, ହୋଇଗଲେ ମହାମନ୍ତ୍ର ଜପ

ଗୃହ ଦେବାଦେବୀ ଜଳି ଦେବେ ଅଭିଶାପ

କୁନିକୁନି ଦେବଫୁଲ ଥାଏ ଯେବେ ପାଶେ

ରାକ୍ଷସର ମୋହମନ୍ତ୍ରେ ନିତି ନିତି ଭାସେ


ସରଗରପୁର ପରି ଧରାଧାମ ଘର

ଦାରିଦ୍ରର ମଦପିଆ କରେ ନାରଖାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract