"ମହୁଲି ମଦୁଆ "
"ମହୁଲି ମଦୁଆ "
ଜହରକୁ ଚାପିଦେଇ ଚାଟୁଥାଏ କଳ
ପାଟିପଦ ଖନାଖାଏ ଗୋଡ଼ ଟଳମଳ
ସଂସାରେ ସାଜିଯାଏ ସେ ଏକ ସଇତାନ
ଗଛମୂଳ ,ନଦୀ-ନାଳ ତାହାରି ଭବନ
ଶବଦ ଶୁଣିଲା ଯଦି ସାଥୀ ଆସିବାର
ଗାଆଁଦାଣ୍ଡ ସାରା ଖାଲି ହେବ ଥରହର
କର୍ମହେବ ପଞ୍ଚଦୃଶ୍ୟ ମେଲୋଡ଼ିର ସାଥେ
ଗ୍ରାମବାସୀ ଦେଖି ସବୁ ଏପଥ ସେପଥ
ଘରଦ୍ୱାର, ହୋଇଗଲେ ମହାମନ୍ତ୍ର ଜପ
ଗୃହ ଦେବାଦେବୀ ଜଳି ଦେବେ ଅଭିଶାପ
କୁନିକୁନି ଦେବଫୁଲ ଥାଏ ଯେବେ ପାଶେ
ରାକ୍ଷସର ମୋହମନ୍ତ୍ରେ ନିତି ନିତି ଭାସେ
ସରଗରପୁର ପରି ଧରାଧାମ ଘର
ଦାରିଦ୍ରର ମଦପିଆ କରେ ନାରଖାର
