STORYMIRROR

Prasanta Kumar Behera

Abstract

3  

Prasanta Kumar Behera

Abstract

ମହୁଆ ନିଶା .............

ମହୁଆ ନିଶା .............

1 min
365


ତୋ'ର କୁନ୍ତଳେ ବାସନ୍ତୀ ଆଶା

ତୋ'ର ଆଖିରେ ମହୁଆ ନିଶା

ତୋ'ର ଓଠରେ ସୁରତି ଭାଷା

ତୋ'ର ଚିବୁକେ ଗୋଲାପି ତୃଷ୍ଣା 

ମତୁଆଲା ଅଳି ମୋ ପିଆସୀ ପରାଣେ

ମିଳନ ମାଧୁରୀ ନିଶା


ତୋ'ର କଂଠରେ ଚପଳା ଖେଳା

ତୋ'ର ବକ୍ଷରେ ଫୁଲର ଦୋଳା

ତୋ'ର କଟୀରେ ରଂଗ ମେଖଳା

ତୋ'ର ଉରୂରେ ପରାଗ ବୋଳା

ଦିଗହରା ମୁଁ ଯେ ମରୁ ଯାଯାବର

ପାଇଛି ଯେ ମଧୁଶାଳା


ତୋ'ର ପାଦରେ ଫୁଟିଛି ଜବା

ତୋ'ର ନଖରେ ପ୍ରବାଳ ମୁକ୍ତା

ତୋ'ର ଅଂଗେ ଅଂଗେ ଅୟୁତ ମୂର୍ଚ୍ଛାନା

ଭରା ଶିରୀ ଶିରୀ ପିପାସା

ମତୁଆଲା ଅଳି ମୋ ପିଆସୀ ପରାଣେ

ମିଳନ ମାଧୁରୀ ନିଶା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract