ମହତ୍ଵ
ମହତ୍ଵ
ସୂର୍ଯ୍ୟଙ୍କ ମହତ୍ଵ ଅନୁଭବ ହୁଏ ପାଗଟା ମେଘୁଆ ହେଲେ,
ଚକ୍ଷୁର ମହତ୍ଵ ଅନୁଭବ ହୁଏ ଡୋଳା ନଷ୍ଟ ହୋଇଗଲେ |
ଖାଦ୍ୟର ମହତ୍ଵ ଅନୁଭବ ହୁଏ ଉପବାସ ରହିଥିଲେ,
ପାଦର ମହତ୍ଵ ଅନୁଭବ ହୁଏ କେବେ ଯଦି ଗୋଡ଼ ଫୁଲେ |
ଦାନର ମହତ୍ଵ ଅନୁଭବ ହୁଏ ଉପଯୁକ୍ତ ପାତ୍ର ଥିଲେ,
କାନର ମହତ୍ଵ ଅନୁଭବ ହୁଏ ଶ୍ରବଣ ଶକ୍ତିଟା ଗଲେ |
ଛତାର ମହତ୍ଵ ଅନୁଭବ ହୁଏ ଟାଣଖରା ବର୍ଷାବେଳେ,
ଜୋତାର ମହତ୍ଵ ଅନୁଭବ ହୁଏ ଅବାଟରେ ଚାଲୁଥିଲେ |
ସ୍ଵଚ୍ଛର ମହତ୍ଵ ଅନୁଭବ ହୁଏ ରୋଗ-ବ୍ୟାଧି ବ୍ୟାପିଥିଲେ,
ଗଛର ମହତ୍ଵ ଅନୁଭବ ହୁଏ ଜଳବାଯୁ ବଦଳିଲେ |
କାମର ମହତ୍ଵ ଅନୁଭବ ହୁଏ ଟିକିଏ ଅପେକ୍ଷା କଲେ,
ଧର୍ମର ମହତ୍ଵ ଅନୁଭବ ହୁଏ ପୁଅ-ଝିଅ ବଡ଼ହେଲେ |