ମହତ ବୋଲିବେ ଜନେ
ମହତ ବୋଲିବେ ଜନେ
ଶୋଷିଲା ଜୀବଟି
ଖୋଜୁଥାଏ କିଛି ପାଣି
ତା' ମୁହଁ ପାଖରେ
ଦେବା ତାକୁ ଆସ ଆଣି ।
ଅଭାବୀ ମଣିଷ
ଖୋଜୁଥାଏ କିଛି ଧନ
ଦେବା ତା' ହାତରେ
ବୁଝିନେବା ତା'ର ମନ ।
ବାସ ନାହିଁ ଯା'ର
ଖୋଜୁଥାଏ ସିଏ ଘର
ଆଶରାଟି ଦେବା
ଭାବିବାନି ତାକୁ ପର ।
ଭୋକରେ ଥାଏ ଯେ'
ଖୋଜୁଥାଏ କିଛି ଭାତ
ଦେବା ତା' ପେଟକୁ
ବଢାଇ ଶରଧା ହାତ ।
ସାହା ନାହିଁ ଯା'ର
ମାଆ ଖୋଜୁଥାଏ ସିଏ
ଭରସାଟି ଦେବା
ନ ଦେଲେ ନ ଦେଉ କିଏ ।
ପାଠ ନାହିଁ ଯା'ର
ଖୋଜୁଥାଏ ସିଏ ବାଟ
ଗୁରୁ ହେବା ତା'ର
କରିନେବା ତାକୁ ଚାଟ ।
ଲୁଗା ନାହିଁ ଯା'ର
ଲୋଡେ ସିଏ ପିନ୍ଧାକନା
ଦେବା ତା' ଦେହକୁ
କରିବାନି ତାକୁ ମନା ।
ଦେବା କାମ ବଡ଼
ଏକଥା ରଖିବା ମନେ
ଦେଉଥିବା ଯେବେ
ମହତ ବୋଲିବେ ଜନେ ।
