STORYMIRROR

Binodini Dash

Abstract

4  

Binodini Dash

Abstract

ମହକୁ ମହକ ରାଶି କବିତା ଦେହରୁ

ମହକୁ ମହକ ରାଶି କବିତା ଦେହରୁ

1 min
249


କବିମାନେ ମନୋବଳେ ସାଜ ମହାମେରୁ

ମହକୁ ମହକ ରାଶି କବିତା ଦେହରୁ ।


କଳେବର ଭାବ ରସେ ହେଉ ରସାଣିତ 

ଶବଦ ବିଭାରେ ପୁଣି ସେ ଅନୁରଣିତ ।


ବିବାହିତା କନ୍ୟାଟିଏ ସୁନ୍ଦର ଯେପରି

ପିନ୍ଧାଇ ଶବ୍ଦ-ଗହଣା ଦିଅ ବିଦା କରି ।


ଓଠ ଛୁଇଁ ଝରି ପଡୁ ଖିଲିଖିଲି ସହ

ବିତରି ଦେଉ ଯେତେକ ତାହାଠି ସୁବାସ ।


ଶିକ୍ଷଣୀୟ ନାନା ବର୍ତ୍ତା କରିକି ବହନ

ଉଭା ହେଉ ଦୃଷ୍ଟି ପଥେ ରୂପେ ଭିନ୍ନ ଭିନ୍ନ ।


ମୁଗ୍ଧ କରୁ ମନ-ପ୍ରାଣ ତାହାର ପରଶ

ଚିନ୍ତା ଚେତନାର ହେଉ ନୂତନ ଉନ୍ମେଷ ।


ସକଳ ଭାବନା ହେଉ ସମାଜର ହିତ 

ସେଥିପାଇଁ ପ୍ରଚେଷ୍ଟାରେ ବଢ଼ାନ୍ତୁ ମହତ ।


ସମାଜ ପରିବର୍ତ୍ତନେ ପ୍ରେମ-ପୁଷ୍ପାଞ୍ଜଳି

ଢାଳୁ ପ୍ରତି ଅଞ୍ଚଳରେ ହରଷକୁ ତୋଳି ।


ଯେତେ ମହକି ଉଠିବ ଆପଣା ଦେଶରେ

ବାସ ଛୁଟାଇ ପାରିବ ବିଦେଶ ମଧ୍ୟରେ ।


ସୃଷ୍ଟି ସହ ସ୍ରଷ୍ଟା ତା'ର ହୋଇ ମହକିତ

ଆନ ନେତ୍ର ଖୋଲି ହୋନ୍ତୁ ମରତେ ଜୀବିତ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract