ମହିଷମର୍ଦ୍ଦିନୀ ସ୍ତୁତି
ମହିଷମର୍ଦ୍ଦିନୀ ସ୍ତୁତି
କୃଶାନୁ ସମ୍ଭୁତା କୃପାଦାୟିନୀ
ବୃଷାସନ ପ୍ରିୟା ବିଶ୍ୱମୋହିନୀ
ରସାଭୂଷା ଯୋଷା ବରବର୍ଣ୍ଣିନୀ
କୁଶାସନ ମେଷାସନ ବନ୍ଦିନୀ
ବିଶାଖ ପ୍ରତିପାଳିନୀ
ଭୂଷା ଜବାହର କୃପାଣ ଖର୍ପର
ମଣ୍ଡିତ ମୁଣ୍ଡ ମାଳିନୀ |
ଶର୍ବାଣୀ ଭବାନୀ ଭଵ ସଙ୍ଗିନୀ
ଗୀର୍ବାଣି ଗୀର୍ଵାଣ ସେବ୍ୟ ବନ୍ଦିନୀ
ନିର୍ବାଣ ପରମ ପଦଦାୟିନୀ
ପର୍ବାଣେ ବାଣ କମାଣ ଧାରିଣୀ
ଗୀର୍ବାଣେଶ ସଂପୂଜିନୀ
ଅର୍ବାଚୀନ ନରେ ଶକ୍ତିକରଣରେ
କରୁଣାମ୍ବୁ ବରଷିଣୀ |
ମହିଷମର୍ଦ୍ଦିନୀ ଦୈତ୍ୟଦଳିନୀ
ମହୀଭାରା ହରି ବିଶ୍ଵପାଳିନୀ
ଅହିରାଜଭୂଷା ଅଟ୍ଟହାସିନୀ
ବହି ତ୍ରିନୟନ ଦରନାଶିନୀ
ମହୀଧର ବିଳାସିନୀ
ରହି ବିନ୍ଧ୍ୟାଦ୍ରିରେ ରମି ହିମାଦ୍ରିରେ
ମଳୟେ ଅବଗାହିନୀ |
ଗଜାରି ବାହିନୀ ମେଘ ବର୍ଣ୍ଣିନୀ
ଗଜାନନ ମାତ ଜ୍ଞାନରୂପିଣୀ
ଭୂଜାପତି ଊର୍ଜା ବରଦାୟିନୀ
କୁଜାତାପ ନିସୂଦିନୀ
ବାଜାବଜା ଦୋଷୀ ଭଜେ ଦିବାନିଶି
ଝରା କୃପା ନିସ୍ୟନ୍ଦିନୀ |
