ମହିଳା
ମହିଳା
ସୃଷ୍ଟି ର ମଙ୍ଗଳ କର୍ତ୍ତ୍ରୀ ଅଟେ ଯେ ମହିଳା
ସୃଜୟିତ୍ରୀ ନାରୀ ସେହି , ଜନନୀ ସେ ଲୀଳା ।
କରଇ ପୁରୁଷ ସଙ୍ଗେ , ସଂସାରେ ସତତ
ନାରୀ ହେତୁ ହେଉ ଥାଏ , ଭବେ ସବୁ ଜାତ ।
ନୀରବେ ସେ ସହି ଥାଏ ସବୁ ଦୁଃଖ କଷ୍ଟ
ଆଶ୍ୱାସନା ଦିଏ ଶୋକ ଜର୍ଜରିତ ଚିତ୍ତ ।
ପ୍ରେମିକ କୁ ତୋଷ କରେ ପ୍ରେମିକା ଭାବ ରେ
ଯଶ ରଖେ ମହିୟସୀ ଗୁଣ ଗାରିମା ରେ ।
ସନ୍ତାନ ବତ୍ସଳା ସେହି ଆନନ୍ଦ ଦାୟିନୀ
ଅନନ୍ତ ଅଶେଷ ଭାବ ରସ ପ୍ରଦlୟିନୀ ।
ଦେବୀ ଭାବ ରେ ସେ ପୂଜା ପାଇ ଥାଏ ପୁଣି
ବ୍ରତ ଉପବାସ କରେ ସ୍ବାମୀ ହିତ ପାଇଁ ।
ମହିଳା ସେ ମୋହିନିଏ ପୁରୁଷ ର ମନ
ପ୍ରୀତି ସ୍ରୋତରସେ ମଜ୍ଜାଏ ସେ ଅନୁପମ ।
ବହୁ ବିଦ୍ଧ ଭାବ ରସ ସମାଜେ ପ୍ରଦାନ
କରି ଵାରୁ ଭାବିନି ଯେ ଅଟେ ତାର ନାମ ।
ଉନ୍ମତ୍ତ କରାଏ ମନ ଖିଲି ଖିଲି ହସି
ଏଣୁ ତାର ଅନ୍ୟ ନାମ ଅଟେ ମତ୍ତକାଶୀ ।
ରସମୟି ଭାବ ଦାନେ ସଦା ସୁନିପୁଣା
ହାବ ଭାବ ସୁରତି ରେ ହରେ ସେ ଚେତନା ।
