ମହିଳା ଦିବସର ହାର୍ଦ୍ଧିକ ଶୁଭକାମନା
ମହିଳା ଦିବସର ହାର୍ଦ୍ଧିକ ଶୁଭକାମନା
ନାରୀ ସର୍ବଦା ଗଢିଥାଏ ସମାଜକୁ
ସରସ, ସୁନ୍ଦର ଓ ସୁଚି ସଂମ୍ପର୍ଣ୍ଣ
ନାରୀ ବିନା ସାମାଜିକ ଉନ୍ନତି
ଭିତ୍ତି ଓ ସ୍ଥିତି କଳ୍ପନା ହୀନ ।
ଇତିହାସ ପୃଷ୍ଠାରେ ଗାର୍ଗୀ, ମୈତ୍ରୀ ଓ ଲୋପାମୁଦ୍ରା
ଏମାନଙ୍କ ସ୍ଥାନ ସ୍ବତନ୍ତ୍ର
ଯଶସ୍ବିନୀ ହୋଇଥିଲେ
ରଚି ବେଦ ମନ୍ତ୍ର ।
ନାରୀର ରୂପ ଅଟେ ଅନେକ ପୁଣି
ମାତା,ପତ୍ନୀ, କନ୍ୟା, ଭଗିନୀ
ଏକ ଡୋରେ ବାନ୍ଧେ ପରିବାରକୁ
ତାର ସ୍ନେହର ପଦେ ମଧୁର ବାଣୀ ।
ଅଧୁନା ନାରୀ ସବୁ କ୍ଷେତ୍ରେ
ପୁରୁଷଙ୍କ ସହ ସମସ୍କନ୍ଧ
ନାରୀ ପୁରୁଷ ମନେ ବିଚାରି
କେବେ ନ କରିବା ଭେଦ ।
ସିପାହୀ, ଡାକ୍ତର, ଶିକ୍ଷୟିତ୍ରୀ
ବୈଜ୍ଞାନିକ, ରାଜନେତା, ଅଭିନେତ୍ରୀ
ସବୁ ସ୍ଥାନେ ନାରୀ ଅଗ୍ରଣୀୟା
ସେ ସର୍ବଦା ପ୍ରଶଂସା ପାତ୍ରୀ ।
ନାରୀ ସ୍ନେହମୟୀ,ମମତାମୟୀ
ସରସ୍ବତୀ ରୂପେ ଶୋଭେ
ଯେବେ ମଣେ ଆଘାତ ହୃଦୟେ
ସାଜେ ଉଗ୍ରତାରା ଭାବେ ।
ଏକ ସୁସ୍ଥ ସମାଜ ଗଢିବାରେ
ନାରୀ ପ୍ରଥମ ସୁତ୍ରଧାର
ନାରୀ ସର୍ବଦା ବନ୍ଦନୀୟ
ତାର କରିବା ସମ୍ମାନ ଓ ଆଦର ।
