STORYMIRROR

Prabhati Mahapatra

Abstract Others

3  

Prabhati Mahapatra

Abstract Others

ମହିଳା ଦିବସ

ମହିଳା ଦିବସ

1 min
233

ମହିଳା ଦିବସ ପାଇଁ ବ୍ୟାକୁଳିତ ମନ

ହୃଦୟେ ସଂଶ୍ଳିଷ୍ଟ ହୁଏ ଲେଖନୀର ମୁନ ।

ଆପେ ମଥା ନଇଁ ଯାଏ ମହିଳାଙ୍କ ପାଦେ

ସର୍ବଦା ଅଗ୍ରଣୀ ସେତ ବିପଦେ ଆପଦେ ।

କନ୍ୟା ରୂପେ ଧନ ଲକ୍ଷ୍ମୀ ପିତା ମାତା ଗୃହେ

ଜନକ ଜନନୀ ଅଙ୍କେ ବାତ୍ସଲ୍ୟ ସେନେହେ ।

ଭଗ୍ନୀ ହୋଇ ଭାତୃ ମନ ଆଦରରେ ଜିତି

ନାଲି ଶାଢ଼ୀ ଚୁଡ଼ି ପିନ୍ଧି ରଖି ଯାଏ ସ୍ମୃତି ।

ଜାୟା ,କାନ୍ତା , ପତ୍ନୀ ନାମ କରେ ସେ ଧାରଣ

ମନ ତଳେ ଦୁଃଖ ଚାପି କରେ ପ୍ରୀତି ଦାନ ।

ପରକୁ ଆପଣା କରି ବିତଇ ଦିବସ

ଅପୂର୍ଣ୍ଣ ଉଦରୁ ଝରେ ପ୍ରଫୁଲ୍ଲିତ ହସ ।

ହୃଦୟର ହାର ଯେହ୍ନେ ଲାଜକୁଳୀ ଲତା

ଗୋପନେ ଲୋତକ ବାରି ସତେ ଚିରସ୍ରୋତା ।

ଗ୍ରୀଷ୍ମର ଆତପ ତାପ ଭୃକ୍ଷେପ ନକରି

ସକଳ କୁଟୁମ୍ବ ପାଇଁ ସାଜେ ସୁଖ ଶିରୀ ।

ବହୁ ଗୁଣେ ଶ୍ରଷ୍ଠା ନାରୀ ବହୁ ଗୁଣବତୀ

ଚିର ବନ୍ଦନୀୟା ପୂଜ୍ୟା ପବିତ୍ର ଜାହ୍ନବୀ ପ୍ରତି ।


Rate this content
Log in

Similar oriya poem from Abstract