STORYMIRROR

Sunita Sahoo

Abstract

2  

Sunita Sahoo

Abstract

ମହିଳା ଦିବସ

ମହିଳା ଦିବସ

1 min
491

ହେ ନାରୀ, ତୋ ନାଁ ରେ ଆଜି ପର୍ବ

ତୁ କୁଆଡେ ସେମାନଙ୍କ ଗର୍ବ

ଘରେଘରେ ତୁ ପୁରୋଧା

ତୁଳନାରେ ତୁ ବସୁଧା

ତୋ ସୁରକ୍ଷା ପାଇଁ ସେ ପ୍ରତିଜ୍ଞାବଦ୍ଧ

ଆଉ ଘଟିବନି ସେଇ ଅପରାଧ

ଭୃଣ ହତ୍ୟା ବନ୍ଦ ହେବ

ନିର୍ଯ୍ୟାତନା ଶବ୍ଦଟି ଲିଭି ଯିବ

ଯୌତୁକ ର ଝାମେଲା ସରିଯିବ

ସମାନତା ର ବାସ ଚହଟିବ

ତୋ ନାଁ ରେ ଆଜି ବିଗୁଲ୍ ବାଜୁଛି

ପୁଣି କିଛି ଆଶ୍ଵାସନା ର ସ୍ବର ଶୁଭୁଛି

ସର୍ବତ୍ର ବିଦ୍ୟମାନ ତୋ ଚିତ୍ରରେ ଆଜି ଫୁଲ ହସୁଛି

ହେଲେ ରାତିର ନୀରବତା ଆଖି ଠାରୁଛି

ଆଜି କହିଦେ ତୋ ମନକଥା

ଲୋଡା ନାହିଁ ସେ ସ୍ବାଧୀନତା

ଏ ସମ୍ମାନ ନ ହେଉ ଦିନ କର ଗାଥା

ଶୁଣିବାକୁ ନ ମିଳୁ ଆଉ ନୀର୍ଭୟାର ବ୍ୟଥା

ନାରୀ ହେଉ ନିଜ ଜୀବନ ର କର୍ତ୍ତା

ମହିଳା ଦିବସ ର ଏହା ହେଉ ବାର୍ତ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract