STORYMIRROR

Dr.Sashi Bhushan Mohapatra

Abstract

3  

Dr.Sashi Bhushan Mohapatra

Abstract

ମହାଯାତ୍ରାର ନାମ ମହାନିର୍ବାଣ

ମହାଯାତ୍ରାର ନାମ ମହାନିର୍ବାଣ

1 min
12.3K

ମନ ଗୋଟେ ପକ୍ଷୀ

ଅନନ୍ତ ଆକାଶ ଗୋଟେ

ମହାଶୂନ୍ୟର ଭୂଗୋଳ |

ମନ ପକ୍ଷୀର ଉଡ଼ାଣ

କେଉଁଆଡେ ଗତି ?

ଦୂର ମହାକାଶ ଯାଏଁ

ଯେଉଁଠି ଅଛି ଜନ୍ମରୁ ମୁକ୍ତି |


ଶରୀର ଗୋଟେ ମନ୍ଦିର

ବିଶାଳ ପୃଥିବୀ ଗୋଟେ

ଜୀବନ ସମୂହର ଆଧାର |

ଦେହ ମନ୍ଦିରର ନିର୍ମାଣ

ଯେଉଁଥିରେ ତିଆରି ହୋଇଛି

ପଞ୍ଚଭୂତରେ ମିଶିବା ଯାଏଁ

ଯେଉଁ ଯାତ୍ରା ତାହା ମହାଯାତ୍ରା |


ଆତ୍ମା ଗୋଟେ ପିଣ୍ଡ ବ୍ରହ୍ମ

ବିଶ୍ୱବ୍ରହ୍ମାଣ୍ଡ ଗୋଟେ

ପରମାତ୍ମାଙ୍କର ଖେଳ |

ପିଣ୍ଡ ବ୍ରହ୍ମର ନିବେଦନ

ଯେଉଁଥିରେ ସମର୍ପଣ ଥିଲେ

ଜନ୍ମ ମୃତ୍ୟୁ ଯାଏଁ

ମହାଯାତ୍ରାର ନାମ ମହାନିର୍ବାଣ|



Rate this content
Log in

Similar oriya poem from Abstract