STORYMIRROR

Bibhu Samanta

Abstract Inspirational Others

3  

Bibhu Samanta

Abstract Inspirational Others

ମହାତ୍ମା

ମହାତ୍ମା

1 min
273


କି ଦରକାର ଥିଲା?

ତିନୋଟି ଗୁଳି ଫୁଟେଇ

ନିଜକୁ ବାମପନ୍ଥୀ ସଜେଇବା

ଅଠସ୍ତରୀ ବର୍ଷର ବୁଢାଟା

ଜାନୁଆରୀର ହାଡଭଙ୍ଗା ଶୀତରେ

ଜୀର୍ଣ୍ଣ ଦେହ ଧରି 

କେତେ ଦିନ ବା ବଞ୍ଚିଥାନ୍ତା?


କି ଭୁଲ ତା'ର?

ରାମରାଜ୍ୟର ସ୍ୱପ୍ନ ଦେଖି

ସ୍ୱାଧୀନ ଭାରତର ଆଞ୍ଜୁଳାଏ ଆକାଶରେ

ମୁକ୍ତ ବିହଙ୍ଗ ହୋଇ 

କେତେ ଦିନ ବା ଉଡ଼ିଥାନ୍ତା?


କି ଲାଭ ପାଇଲ କୁହ?

ଲଙ୍ଗଳା ଫକୀରଟିଏ ସେ

ନିଶ୍ୱାସକୁ ବିଶ୍ୱାସ ନାହିଁ ଯା'ର

ସତ୍ୟକୁ ଆଗ୍ରହ କରି

ଅହିଂସାର ଆଲୋକରେ

କେତେ ଦିନ ବା ଜଳିଥାନ୍ତା ?


କି ଅଦ୍ଭୁତ କଥା ଦେଖ

ଚରଖାରେ ସୁତା କାଟି

ବିନମ୍ରତାର ମନ୍ତ୍ର ଗାଇଲେ କଣ

କେହି କେବେ ମହାତ୍ମା ହୁଏ?

କିଛି ତ ପୁଣ୍ୟ ଥିବ ନିଶ୍ଚୟ

ନହେଲେ କଣ...

ଜୀବ ଗଲା ବେଳେ "ରାମ" ନାମଟି ତୁଣ୍ଡକୁ ଆସିଥାନ୍ତା??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract