STORYMIRROR

Maitreyee Kamila

Classics

3  

Maitreyee Kamila

Classics

ମହାରାଜା କୃଷ୍ଣଚନ୍ଦ୍ର ଗଜପତି

ମହାରାଜା କୃଷ୍ଣଚନ୍ଦ୍ର ଗଜପତି

1 min
11.8K

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ


ଉତ୍କଳମାଟିର ସୁଯୋଗ୍ୟ ସନ୍ତାନ 

ତୁମ ସାଧନା,ପ୍ରଚେଷ୍ଟାର ଫଳ ଆଜି ଆମ ଉତ୍କଳ

କୋଟି ସୂର୍ଯ୍ୟସମ ତେଜ ନେଇ ଲଢ଼ିଥିଲ ମହାନ ଜାତି ଗଠନରେ।

ତୁମ ତ୍ୟାଗ,ତୁମ ତିତୀକ୍ଷା ତୁମ ଜାତିପ୍ରେମ,

ତୁମ ସାହିତ୍ୟ ଅନୁରାଗକୁ ଏ ଜାତି ସ୍ମରଣ କରି ଆଜି ଗୌରବାନ୍ୱିତ।

ସାଜିଥିଲ କର୍ଣ୍ଣଧାର ବିଛିନ୍ନ ଓଡ଼ିଆ ଅଞ୍ଚଳ ପାଇଁ

ମିଶାଇଲ ପାରଳାଖେମୁଣ୍ଡି, ଜୟପୁର ଓଡ଼ିଶାରେ ତହିଁ।

ପୂର୍ଣଚନ୍ଦ୍ର ଭାଷା କୋଷ, ପ୍ରାଚୀନ ଉତ୍କଳ କରିଥିଲ ପ୍ରକାଶ।

କୃଷି, ଶିଳ୍ପର ବିକାଶରେ ହେଲ ତତ୍ପର।

ହେ ପ୍ରଥମ ଓଡିଶା ପ୍ରଧାନମନ୍ତ୍ରୀ

ଘେନ ଅଶେଷ ପ୍ରଣାମ

ଏ ଜାତି ଝୁରୁଥିବ ତୁମ୍ଭଙ୍କୁ ବାରମ୍ବାର ।


Rate this content
Log in

Similar oriya poem from Classics