STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ମହାପୁରୁଷ

ମହାପୁରୁଷ

1 min
183


ପଞ୍ଚାୟତରାଜ ଦିବସ 

ସବୁରି ମୁଖରେ ହସ 

ବିବାଦୀୟ ଯୁଗ ପୁରୁଷ 

ଚିହ୍ନିଛି ଝୁରୁଛି ତାଙ୍କୁ ବିଶ୍ୱ 

ଜନ୍ମ ଜୟନ୍ତୀରେ ହେ ନମସ୍ୟ 

ପୁଣି ଥରେ ଫେରି ଆସ 

ତୁମ ଚିନ୍ତାଧାରା ଓ ବିଶ୍ୱାସ 

ଜନତା ମଧ୍ୟରେ କରି ପ୍ରକାଶ 

ଉନ୍ନତିରୁ ଉନ୍ନତତର ହେଉ ଦେଶ 

କେତେ ଜଣ ଦେଶ ପାଇଁ 

ଦିଅନ୍ତି ଜୀବନେ ଝାସ??? 

ତୁମେ ହିଁ ଉଦାହରଣ ଅଶେଷ 

ଲାଲବାହାଦୁରଙ୍କ ପଟ୍ଟଶିଷ୍ୟ 

ପଲ୍ଲୀରୁ ଦିଲ୍ଲୀ କରି ଯା ଆସ 

ରାଜ୍ୟକୁ କରିବାକୁ ସ୍ୱତନ୍ତ୍ରପ୍ର ଦେଶ 

ରାଜ୍ୟ ଓ ଦେଶ ଝୁରେ 

ତୁମ୍ଭ ଅକ୍ଲାନ୍ତ ପ୍ରୟାସ 

ଫେରିଆସ ଫେରିଆସ

କିମ୍ବଦନ୍ତୀର ମହାନାୟକ ସୁପୁରୁଷ 

ଯୁଗାନ୍ତକାରୀ କ୍ରାନ୍ତିକାରୀ ଯୁଗପୁରୁଷ 

ଛଳନାର ନାହିଁ ଟିକେ ବି ଲେଶ 

ଫେରିଆସ ଫେରିଆସ ମହାପୁରୁଷ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational