ମହାପାପ
ମହାପାପ
ନିଜକୁ ଦୁର୍ବଳ
ଆଉ ହୀନ ମନେ କରିବା
ପରକୁ ଆଘାତ ଦେଇ
ନିଜେ ଖୁସି ଅନୁଭବ କରିବା
ନିଜ ସ୍ୱାର୍ଥ ପାଇଁ
ଜାତିର ସ୍ୱାର୍ଥକୁ ଜାଳି ପୋଡ଼ି ପାଉଁଶ କରିବା
ମଣିଷକୁ ନୀଚ ଦୃଷ୍ଟିରେ ଦେଖିବା
ଅଭାବେ ସ୍ଵଭାଵକୁ ନଷ୍ଟ କରିବା
ନିରୀହଙ୍କୁ ନିଜର କ୍ଷମତା ଦେଖାଇବା
ଭିକାରୀକୁ ଗାଳି କରିବା
ଛୋଟ ଜାତି ଓ ବଡ଼ ଜାତିର ଭାବନା ରଖିବା
ମଣିଷ ହୋଇ କୁକୁର ଆଚରଣ କରିବା l
