STORYMIRROR

Raja Sekhar CH V

Abstract Inspirational

3  

Raja Sekhar CH V

Abstract Inspirational

ମହାନଗରୀୟ ଯାତାୟାତ

ମହାନଗରୀୟ ଯାତାୟାତ

1 min
222


ମହାନଗରୀୟ ଯାତାୟାତ ହୋଇଛି ପୂରାପୂରି ଅଚଳ,

ପ୍ରତିଦିନ ଯିବାଆସିବା ଦିନଦିନକୁ ହେଲାଣି ପ୍ରତିକୂଳ,

ଚକ୍ରବ୍ୟୂହ ସମ ସହର ଜୀବନ ଲାଗୁନି ଆଉ ଅନୁକୂଳ,

ନିର୍ଦ୍ଦିଷ୍ଟ ସମୟ ରେ ପହଞ୍ଚିବାକୁ ମାନସ ସଦା ବ୍ୟାକୁଳ ।୧।


ରାସ୍ତାଘାଟ ସାରା କେତେ ଯେ ଧୂଳି,

ଆଗେ ଯିବାକୁ ଲୋକ କରନ୍ତି କଳି,

ସଂଯୋଗ ଛକ ରେ ପୁଣି ପଡ଼େ ପାଳି,

ପଥିକ ମାନେ ପରସ୍ପର ଦେଉଛନ୍ତି ଗାଳି |୨|


ବହୁସଂଖ୍ୟା ରେ ବଢିଲେଣି ଯାନବାହନ,

ଅସହନୀୟ ହେଲାଣି ଯେ ଗମନାଗମନ,

ବିଭିନ୍ନ ପ୍ରଦୂଷଣ କରିଲେଣି ସବୁ ପରିବହନ,

ମହାନଗର ରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ |୩|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract