Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ମହାନଦୀ ଜୀବନଦୀ

ମହାନଦୀ ଜୀବନଦୀ

1 min
186


ମହାନଦୀ ମାଁ ମହାନଦୀ ଗୋ

ମହାନଦୀ ଆମ ମହାନଦୀ ଗୋ

ତୁମ ବିନା ଆମ୍ଭେ ଅର୍ଥହୀନ ଗୋ

ତୁମ ସାହାରେ ଆମ୍ଭେ ମୂଲ୍ୟବାନ ଗୋ ।


କୁଆଖାଇ କାଠଯୋଡ଼ି ତୁମ ଉପନଦୀ,

ଜୋତ ଜୋତଦାରଂକ ତୁମେ ପୁନାଦି,

ସବୁଜିମାକୁ ସ୍ଥିର ରଖିଛ ଶତାବ୍ଦୀ ଶତାବ୍ଦୀ,

ଉତ୍କଳୀୟଂକର ତୁମେ ଜୀବନାଡ଼ି ଜୀବନଦୀ ।


ତୁମ ତୀରେ ଆବିର୍ଭାବ ହେଲେ କେତେ ମନ୍ଦିର,

ତୁମ କୂଳରେ ଅବସ୍ଥିତ କେତେ ଯେ ଗାଁ ସହର,

ତୁମ ଅମୃତଜଳରେ ସଜୀବ ଅଛନ୍ତି ମହାନଗର,

ତୁମ ପ୍ରବାହ ଦ୍ୱାରା ସାର୍ଥକ ରହୁଛି ଆମ ସଂସାର ।


ତୁମ ପେୟରୁ ହୀରାକୁଦ ବନ୍ଧ ପାଇଛି ପରିଚୟ,

ନିତିଦିନ ପୂରଣ ହୋଉଛି ଜଳବିଦ୍ୟୁତର ଧ୍ୟେୟ,

ଶିଳ୍ପସମୃଦ୍ଧ ଶିଳ୍ପାଞ୍ଚଳଙ୍କୁ ଅବିରତ ଦେଇଛ ଅଭୟ,

ତୁମ ତରଙ୍ଗରେ ଆମ ସମ୍ବଳ ସମ୍ପଦ ରହୁଛି ନିରାମୟ ।


ମହାନଦୀ ମାଁ ମହାନଦୀ ଗୋ

ମହାନଦୀ ଆମ ମହାନଦୀ ଗୋ

ତୁମ ବିନା ଆମ୍ଭେ ଅର୍ଥହୀନ ଗୋ

ତୁମ ସାହାରେ ଆମ୍ଭେ ମୂଲ୍ୟବାନ ଗୋ ।


Rate this content
Log in

Similar oriya poem from Abstract