STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ମହାନ ସଂସ୍କୃତି ଆମ

ମହାନ ସଂସ୍କୃତି ଆମ

1 min
150

ଗ୍ରୀଷ୍ମ ପ୍ରଧାନ ଦେଶ ବୋଲି ଆମ 

       ଥିଲା ମନେ କଳପନା

ଥଣ୍ଡା ଦେଶ ଆଜି କାଳ କବଳରେ

      ଚେତାଇ ଦେଲା କରୋନା। 

କୋଳାଗ୍ରତ ନୁହେଁ ନମସ୍କାର କଲେ 

       ଯିଏ ନାକ ଟେକୁଥିଲେ

ଆଜି ଗର୍ବ ଆସେ ସଂସ୍କୃତି ସଂସ୍କାର 

       ମହାନ ଆମର ଭଲେ ।

ବୈଷୟିକ ଜ୍ଞାନ ଉଣା ବୋଲି ଆମ

       ମଥାନତ ଯା'ର ଥିଲା

ଆଜି ଭାବୁଛନ୍ତି ଅଧିକ ଯେ ଦେଶେ 

       କେଉଁ ଲାଭ ଅବା ହେଲା !

ପ୍ରକୃତି ସହିତ ଲଢେଇ କରିବା

       ଭାରି ଦୁଃଖ ଦେଉଥିଲା

ବର୍ଦ୍ଧିତ ରୋଗ ପ୍ରତିରୋଧ ଶକ୍ତି 

      କାହା କାମରେ ଆସିଲା !

ଚନ୍ଦ୍ର ମଙ୍ଗଳରେ ଘର କରିବାକୁ

      ହେଉଥିଲେ ଉତାବଲା

କଫିନ୍ ନ ମିଳେ ମର ଶରୀରକୁ

      ଧନ୍ୟ ରେ ଉପର ବାଲା ।

ଆମ ନମସ୍କାର ପ୍ରସିଦ୍ଧ ହେଲାଣି

      କର ମର୍ଦ୍ଦନ ଛାଡିଲେ

ଘର ଗାଡି ଧନ ଦଉଲତ ଅଛି

      କି ଲାଭ ଜନ ନ ଥିଲେ ।

ଆୟୁଷ୍ମାନ ଭବ ଆଶୀର୍ବାଦ ଦେଲେ

      ମନ ଉଣା କରୁଥିଲେ

ଧନ ମାନ ଛାଡି ଆୟୁଷ ମାଗନ୍ତି

      ଯମ ଦେବତା କି ଭଳେ !

ପଞ୍ଚ ଭୂତେ ଗଢା ଶରୀର ଆମର

      ପଞ୍ଚ ଭୂତେ ହେବ ଲୀନ

ମାଟି ପାଣି ବାୟୁ ଆଲୋକ ଆକାଶ

       ହେଉ ଆମ ମହାଧନ। 

ପ୍ରକୃତି ଦେଇଛି ସବୁ ଉପାଦାନ

       କରିବା ତାହାର ପୂଜା

ଜଗନ୍ନାଥ ଯୀଶୁ ଆଲ୍ଲା ବିସମିଲ୍ଲା

      ପ୍ରକୃତି ସବୁର ଅଜା ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract