STORYMIRROR

Shashanka sekhar Ray

Inspirational

4  

Shashanka sekhar Ray

Inspirational

ମହାମିଳନ

ମହାମିଳନ

1 min
159


କହିବକି ଥରେ ମୋତେ

ଈଶ୍ଵରଙ୍କ ଠିକଣା

ଥାଆନ୍ତି ସତରେ ସେ କଣ ସେଠାରେ

ଯାହାଙ୍କୁ ବନ୍ଦୀକରି ରଖିଛି ମୁଁ

ଦେଉଳ ମସଜିଦ ଚର୍ଚ୍ଚ ଗୁରୁଦ୍ଵାରର ଗୁମ୍ପାରେ

ମହଣ ମହଣ ଘିଅ ଅନ୍ନ ଢାଳି

ଡାକବାଜି ଯନ୍ତ୍ରେ କଣ୍ଠ ଫଟାଇ 

ଚିତ୍କାର କରୁଛି ଦିନରାତି

କେଉଁଠି ଅଛ ଅବା ତୁମେ ।

ଧର୍ମର ପଶାପାଲିରେ ଗୋଟି ଚଳାଇ

ଲଲକାର କରୁଛି ମହାଯୁଦ୍ଧ

ପବିତ୍ର ରାମ ଜନ୍ମଭୂମି ପରେ

ବାବ୍ରୀ ମସଜିଦଟିଏ ଗଢିବା ପାଇଁ

ପରସ୍ପର ମଧ୍ୟେ ଛକାପଞ୍ଝା

ଛୁଟେ କେତେ ରକ୍ତର ସୁଅ

କେତେଥର ଆସିଛ ତୁମେ ଧରାକୁ

କହିଯାଇଛ ମଣିଷର କାନେ କାନେ

ମୁଁ ଏକ ଆଉ ଅଭିନ୍ନ

ଚେତୁନାହିଁ କାହିଁ ଆଜି ମରମେ ମରମେ ।

ଧର୍ମର ଖୋଳପାରେ ଅଣନିଶ୍ଵାସୀ ମୁଁ

ଗର୍ବଅହଂକାରର ଢାଲ ହାତେ ଧରି ଯୁଦ୍ଧ କରିବାକୁ ପ୍ରସ୍ତୁତ ସଦାକାଳେ

ହୁଙ୍କାର ଛାଡେ କୁଚକ୍ରୀ ରାଜନୀତିର ରଣଭୂମିରେ 

ଗୁଳି କମାଣ ତୋପର ବାରୁଦ ଗନ୍ଧେ

ସାରା ସହର ବସ୍ତି ଗାଁ ଜଳିଉଠେ

ହାହାକାର ଖେଳିଯାଏ ଚାରିଦିଗେ

ମଣିଷ କଟାହୁଏ ଛେଳିମେଣ୍ଢା ପରି

ଚକ୍ ଚକ୍ କରୁଥିବା ଧର୍ମର ଦାଢୁଆ ତଲଓ୍ଵାରରେ ।

ରକ୍ତ ନଦୀ ଦେଖି ଚେତନା ଫେରେ 

ଦୁର୍ଯୋଧନ ମାନଙ୍କର ଶେଷେ

କିଛି ଆଉ ନ ଥାଏ ସେତେବେଳେ

ଚାରିଆଡେ ଖାଲି ଶୂନଶାନ ନିରବତା

ପଚାମାଂସର ଦୁର୍ଗନ୍ଧ ଭାଷିଆସେ

ପଲପଲ ଶାଗୁଣା କୁକୁର ଶିଆଳଙ୍କର ଚାଲିଥାଏ ମହା ଭୋଜି

ଆତ୍ମୀୟ ସ୍ଵଜନ ବନ୍ଧୁବାନ୍ଧବଙ୍କ ର କୋଳାହଳ

କାନେ ପ୍ରତିଧ୍ଵନିତ ହୁଏ ବାରମ୍ଵାର

କଳାବାଦଲ ଛାଇଯାଏ ମନ ଆକାଶରେ ।

ଧର୍ମ କଣ ମୁଁ ଜାଣେନି

ଜାଣେନି ତାର ସଂଜ୍ଞା

ଜନ୍ମବେଳେ କିଏ ଲେଖିଦେଇନି ମୋ ପିଠିରେ 

ମୁଁ କେଉଁ ଧର୍ମର ଅବା ଜାତିର

ଧର୍ମ ଯାହାର ମାନବିକତା

ସତ୍ୟତା ଯାହାର ପରିଭାଷା

ଗୋଟିଏ ସେ ମଣିଷ ଜାତି

ଶାନ୍ତି ମୈତ୍ରୀ ପ୍ରୀତିର ସବୁଜ ପତାକା ତଳେ

ବାନ୍ଧିବା ଆସ ଆମେ ଭାତୃତ୍ଵର ବନ୍ଧନ ।

ପରସ୍ପର ମଧ୍ୟେ ସ୍ନେହ ଶ୍ରଦ୍ଧା ପ୍ରେମ ବାଣ୍ଟି

ନିଜ ଦେହେ ଆତ୍ମବଡିମାର କଳଙ୍କ ଛଡାଇ

ଘଷିମାଜି ଚକ୍ ଚକ୍ କରିବା ଆତ୍ମାକୁ

ଶୁଦ୍ଧପୂତ ଭକ୍ତି ଭାବେ

ନିରବେ ଡାକିବା ପରମାତ୍ମାଙ୍କୁ

ସିଏ ରାମ ହେଉ ଆହ୍ଲା ହେଉ କି ଯିଶୁ ନାନକ ହେଉ

କାଠ ପାଷାଣ ଅବା ଶୂନ୍ୟରୂପ ଦେହୀ

ଯାହା କିଛି ନାମ ରୂପ ଦିଅ ତୁମେ

ଶେଷେ କିନ୍ତୁ ଏକ ଜାଗେ ହୋଇବ ଆମର ମହାମିଳନ ।



Rate this content
Log in

Similar oriya poem from Inspirational