ମହାମାରୀ
ମହାମାରୀ
ଚାଲ ଫେରିଯିବା, ପୁଣି ଥରେ ସେଠାକୁ
ନୀଡଫେରନ୍ତା, ଘରବାହୁଡା---ଏକାନ୍ତ, ସଙ୍ଗରୋଧ, ଅଥଚ ନିଶ୍ଚିନ୍ତ !
ଥମିଯିବା ଟିକେ, ଅଟକି ଯିବା କିଛି ସମୟ,
"କାହାଲାଗି ଗଲା ପୁତ୍ର ବାହୁଡି ନଇଲା",ପୁତ୍ର ଏବେ ବାହୁଡି ଆସିଛି ମଥୁରାକୁ ।
"ବିଶ୍ଵ ଦେଖ ମଧୁମୟରେ" ବର୍ତ୍ତମାନ "ବିଶ୍ଵ ଦେଖ ଭୟାବହ"
କଣ୍ଟକ କି ପ୍ରତିରୋଧ, 'ତୋ ଲାଗି ଗୋପଦାଣ୍ଡ ମନା !'
'ହେଜେନବର୍ଗ'ଙ୍କ ଅନିର୍ଦ୍ଦିଷ୍ଟତାରୁ ବି ବଳିଯିବ ଏ ଅଲଙ୍ଘ୍ୟ ସର୍ତ୍ତ---ନିୟମ, ସଂଯମ, ସଂଭ୍ରମ ଓ ସପ୍ରେମ !
ମନେପଡୁଛି କେଉଁ ଏକ ଚଳଚ୍ଚିତ୍ରର ନାମ, "ଫାର ଫ୍ରମ ଦି ମାଡିଙ୍ଗ କ୍ରାଉଡ";
ବିଷମସଙ୍କଟ, ସ୍ଥିତି ଗମ୍ଭୀର !
ସହରସାରା ଯେ କରଫ୍ୟୁ
ପରିସ୍ଥିତି ସଙ୍ଗୀନ, ଦୋଦୁଲ୍ୟମାନ !
ଯେପରି ପଚାରୁଛି ଅଯୋଧ୍ୟା କେତେ ବାଟ ?
ନିରୁତ୍ତର, ନୀରବ, ନିଃଶବ୍ବ !
ମାଳିକାର ଭବିଷ୍ୟବାଣୀ ବୋଧହୁଏ,
&n
bsp; ସତେ କଣ ପୃଥିବୀ ଧ୍ଵଂସ ଆଡକୁ ଗତିକରୁଛି ?
ସତେ କଣ ଏକ ଯୁଗର ଅବସାନ ଘଟିବାକୁ ଯାଉଛି ?
ପ୍ରଶ୍ନବାଚୀ ? ବିରାଟ ପ୍ରଶ୍ନବାଚୀ ???
ଅପ୍ର।କୃତିକ ଜୀବନଯାତ୍ରାର ଅନ୍ତିମ ପରିଣତି ଯେ ସର୍ବଦା ଭୟଙ୍କର !
ଉପାୟ: ସାମାଜିକ ଦୂରତା ରକ୍ଷା, ଜରୁରୀ ମଧ୍ୟ;
ଯାହାକି ବର୍ତ୍ତମାନର ଗୋଷ୍ଠୀ ସଂଘର୍ଷ, ଦଳଗତ ଆକ୍ରମଣ, ହିଂସାଠୁ ଢେର ପ୍ରଭାବୀ ।
ପ୍ରାକୃତିକ ଜୀବନଶୈଳୀ, ମାନସିକତା ଓ ଦୃଷ୍ଟିଭଙ୍ଗୀରେ ସକରାତ୍ମକ ବିଚାର,
କିନ୍ତୁ ମାନବିକତାର ଅବକ୍ଷୟ ନ ଘଟୁ ।
କିଛି କ୍ଷଣର ବିରାମ; କିଛି ସମୟର ବିଶ୍ରାମ,
ପୁଣି ଥରେ ହସିଉଠୁ ଧରଣୀ,
ହୋଇଉଠୁ ସମଗ୍ର ମାନବଜାତି, ଜୀବଜାତି ।
'ବସୁଧୈବ କୁଟୁମ୍ବକମ' ନୀତିରେ ଜାଗିଉଠୁ ସଂପ୍ରୀତି ।
ଲହରାୟିତ ହେଉ 'ସର୍ବେ ଭବନ୍ତୁ ନିରାମୟଃ'ର ସ୍ତୁତି ।