STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମହାମାନବ

ମହାମାନବ

1 min
426

ନିଜ ଜୀବନକୁ ପାଣିରେ ପକାଇ

ଜାତି ପାଇଁ ଯିଏ ଯିଏ

ସିଏ ପରା ଅଟେ ଯେ ମହାମାନବ

ମରି ବି ଅମର ହୁଏ


ଗାନ୍ଧୀ, ଗୋପବନ୍ଧୁ, ନେତାଜୀ, ଶାସ୍ତ୍ରିଜୀ

ଦେଶ ପାଇଁ ଦେଲେ ନିଜ ଜୀବନ

ଜୀବନ ବିକଳେ ଲଢ଼ିଲେ ମରିଲେ

ଯେବେ ଆମେ ଥିଲେ ଯେ ପରାଧୀନ


ହାଜତ ଭିତରେ ଚାବୁକ ପ୍ରହାର

ସହିଥିଲେ ଦେଶ ହିତେ

ତାଙ୍କରି ଆଦର୍ଶେ ଜିଣିଲେ ହୃଦୟ

ପୂଜା ପାଇଲେ ମରତେ


ଅହିଂସାର ପଥେ ଜୀବନ ବିତାଇ

ରଖିଲେ ଦେଶର ମାନ

ସତ୍ୟକୁ ଆଦରି ନ୍ୟାୟ ବାଟେଚାଲି

ନିଜେ ହୋଇଗଲେ ଉଦାହରଣ


ଆଜି ସିନା କେହି ମରତେ ନାହାନ୍ତି

ଅଛି ଆଜି ତାଙ୍କ ଜୀବନ ଗାଥା

ସେଥିପାଇଁ ଦେଶ ଜାତି ଝୁରୀମରେ

ମନେକରି ତାଙ୍କ ଆଦର୍ଶ କଥା


Rate this content
Log in

Similar oriya poem from Abstract