STORYMIRROR

Sarat Manhira

Inspirational

3  

Sarat Manhira

Inspirational

ମହାକାଳୀ

ମହାକାଳୀ

1 min
355

ମହାକାଳୀ ଆସ ତୁମେ   ବିକ୍ରାଳରୂପ ବେଶ ସାଜି

     ଜଗତର କଲ୍ୟାଣ ପାଇଁ

ରକ୍ତ ଶୋଷ ରାକ୍ଷସ    ପିଶାଚ ପାପୀର

    ଭକ୍ତକୁ ଦିଅ ଅଭୟ ଆଶିଷ ll


ନବରାତ୍ରିର ଅମାବାସ୍ୟା   ଘୋର ଅନ୍ଧକାର

    ଶ୍ମଶାନରେ ହେଲ ଉଭା

ତନ୍ତ୍ର, ମନ୍ତ୍ର ସାଧିକାକୁ    ସିଦ୍ଧି ବରଦେଇ

   ପୂଜା ପାଇଲ ଶ୍ମଶାନବାସିନୀ ହୋଇ ll


ଶ୍ୟାମାକାଳୀ ରୂପମୟୀ   ନରକଙ୍କାଳ ଧାରିଣୀ

   ରକ୍ତବୀଜ ନାଶିନୀ ମାଆ ସିଦ୍ଧିଦାତ୍ରୀ

ଜାଗ୍ରତ ଲୋଳଜିହ୍ୱା    ସୃଷ୍ଟିର ଭୟ ବିନାଶି

   ଶିବରୁଢା ଶାନ୍ତି ପ୍ରଦାୟିନୀ ll


ମହାମୟୀ ଜଗତଜନନୀ   ଆତୁରେ କରୁଛି ଆବାହନ

     ଦୀପ ଜଳୁ ସତବୁଦ୍ଧିର

ନାରୀ ସମ୍ମାନ ଶିଖରରେ ବଢୁ  ତୁମ ଦିବ୍ୟ ଆଗମନେ

    ପୃଥିବୀରେ ଦୁଃଖୀ ହସୁଁ ଲହରୀ ମାଳେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational