ମହାଗୁରୁ ସର୍ବପଲ୍ଲୀ
ମହାଗୁରୁ ସର୍ବପଲ୍ଲୀ


ସର୍ବପଲ୍ଲୀ ତୁମେ ସର୍ବଜନାଦୃତ
ସମୟର ପଥଧାରେ
ଶିକ୍ଷାଦାନେ ଥିଲ ଆଜୀବନ ରତ
ଛାତ୍ରଛାତ୍ରୀ ଉପକାରେ ।
ଖାଲି ଗୁରୁ ନୁହଁ ବିଶ୍ୱଗୁରୁ ଥିଲ
ସଭିଙ୍କ ହୃଦୟ ଛୁଇଁ
ପୃଥିବୀ ବିଖ୍ୟାତ ଦାର୍ଶନିକ ତୁମେ
ଗର୍ବିତ ଭାରତ ଭୂଇଁ ।
ଦଳୀୟ ନୀତିରୁ ଉର୍ଦ୍ଧ୍ୱରେ ରହିକି
ନୂଆ ପାଠ ପଢାଇଲ
ଉପରାଷ୍ଟ୍ରପତି ରାଷ୍ଟ୍ରପତି ପଦ
ଗଉରବ ବଢାଇଲ ।
ରାଷ୍ଟ୍ରଦୂତ ଭାବେ ତୁମରି କାମକୁ
କେବେ ଭୁଲି ହେବନାହିଁ ।
ରୁଷିଆ ସହିତ ନିବିଡ଼ ସଂପର୍କ
ତୁମରି ପରଶ ପାଇ ।
ସହନଶୀଳତା କର୍ତ୍ତବ୍ୟନିଷ୍ଠାରେ
ହେବେ ନାହିଁ କେହି ସରି
ନିଜ ପଦବୀର ମର୍ଯ୍ୟାଦା ରଖିଛ
ଦାୟିତ୍ୱ ନିର୍ବାହ କରି ।
ଜନମ ଦିନରେ ପ୍ରଣତି ଘେନ ହେ
ମହାଗୁରୁ କାଳଜୟୀ
ବିରାଟ ବ୍ୟକ୍ତିତ୍ୱ ପ୍ରଜ୍ଞା ଶକ୍ତି ଦେଖି
ମସ୍ତକ ଯାଉଛି ନଇଁ ।
******