" ମହାଦେବ ସ୍ତୁତି "
" ମହାଦେବ ସ୍ତୁତି "
ଆହେ ବିଶ୍ବନାଥ ଶ୍ରୀ ପଦେ ଶରଣ ।
ଦୟାକର ଆହେ ପ୍ରଭୁ ଜନ୍ତୁରାଣ ।
ଜଞ୍ଜାଳ ଭିତରେ ବୁଡି ମୁଁ ରହିଛି ।
ପ୍ରଭୁ ପ୍ରାଣନାଥ ସତ କହୁଅଛି ।
ଘେନ ମୋ ମିନତୀ ଆହେ ପଶୁପତି ।
ଆଉ କିଛି ଦିନ ସମୟ ଦିଅଟି ।
ମୋହ ମାୟା ରେ ମୋ ସଂସାରେ ପଡିଛି ।
ବିଭ୍ବ ଭୂତନାଥ ମିନତୀ କରୁଛି ।
ବଞ୍ଚିବାକୁ ଦିଅ ଆଉ କିଛି ଦିନ ।
ଶ୍ରୀଚରଣେ ତଵ ଥାଉ ମୋର ମନ ।
ସରି ନାହିଁ କିଛି ସଂସାରୁ ଜଞ୍ଜାଳ ।
ରକ୍ଷା କର ମତେ ପ୍ରଭୁ ପତଞ୍ଜଳ ।
ଦୁର୍ବଳ ଶରୀର କିପରି ପୂଜିବି ।
ଶକ୍ତି ଦିଅ ପ୍ରଭୁ ସନ୍ତୁଷ୍ଟ କରିବି ।
ସଂସାର ଦାୟିତ୍ୱ କର ହେ ସମ୍ପୂର୍ଣ୍ଣ ।
ତ୍ବମେବ ଶରଣଂ ମମ ମହାଦେବ ।
ସମର୍ପିୟାମି ଭୋ ସହ ପରିବାର ।
ରକ୍ଷସ୍ୱ ଦେବ ହେ ଶ୍ରୀ ଚନ୍ଦ୍ରଶେଖର ।
ତୁମେ ମୁକ୍ତି ପ୍ରଭୁ ତୁମେ ହିଁ ଉଦ୍ଧାର ।
ଦୋଷ ଧରିବନି ହେ କର୍ପୁରଗୌର ।
ଗୃହ ଜଞ୍ଜାଳ ତ ମୋର ସେସ କର ।
ମୁକ୍ତି ପଥ ମୋର କର ପରିଷ୍କାର ।
କୋଟି ପ୍ରଣାମ ମୁଁ କରେ ହେ ଭକ୍ତିରେ ।
ଶରଣ ଦିଅନ୍ତୁ ଶ୍ରୀ ଚରଣେ ବାରେ ।
