STORYMIRROR

Narendra Prasad Behera

Abstract

3  

Narendra Prasad Behera

Abstract

ମହାବାହୁ

ମହାବାହୁ

1 min
27


*ମହାବାହୁ*


ଜଗତେ ପଡୁଛି  ହୁରି ମହାବାହୁ

   କାହିଁକି ହୁଅ ନିର୍ଦ୍ଦୟ

କୋଟି କୋଟି ଜନ  ତୁମକୁ ଚାହିଁଣ

   ହୁଅନ୍ତି କେତେ ବିନୟ ।୧।


ରକ୍ଷାକର ବୋଲି  ନାମ ମହାବାହୁ

    ରକ୍ଷାକର ଏଇଥର

ଜଗତର ନାଥ  ଆହେ ଜଗନ୍ନାଥ

   ସଂସାର ଅଟେ ତୁମର ।୨।


କିଏ କେତେ ନାମେ  ଡାକନ୍ତି ତୁମକୁ

    ସାହା ଦେଇଥାଅ ବୋଲି

ଏ ଦୁଃଖ ସମୟେ   ସାରା

ଜଗତକୁ

     ଆସଥରେ ତୁମେ ଵୁଲି ।୩।


ଖୋଲି ଦେଇ ତୁମ  ମନ୍ଦିର କବାଟ

     ଆସ ଆହେ ଅବତରି

କରନାହିଁ ଡେରି   ଆହେ ମହାବାହୁ

    ଜନତା ଯିବେ ଯେ ମରି ।୪।


କରୁଛି ପ୍ରାର୍ଥନା   ଆହେ ମହାବାହୁ

     ଘେନ ମୋର ଏ ମିନତୀ

ବିଶ୍ବବାସୀ ଆଜି   ପାଆନ୍ତୁ ଆନନ୍ଦ

    ଭରିଯାଉ ମନେ ଶାନ୍ତି ।୫।


ସମ୍ପାଦକ-ମୋ ଅନୁଷ୍ଠାନ


Rate this content
Log in

Similar oriya poem from Abstract