Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Inspirational Others

3  

PRABINA KU, KHADANGA

Inspirational Others

ମହାବାହୁ

ମହାବାହୁ

1 min
395


ଶୂନ୍ୟ ହାତ ଆଜି ଟେକିଦେଲି ପ୍ରଭୁ ହେ

ରକ୍ଷାକର ବାରେ ମହାବାହୁ

ହଟିଆ ନାଗର ହଟ ଆଉ ନକରି

ଠିକ୍ କରିଦିଅ ସବୁ ।


ତୁମ ଛଡା ଆଉ କିଛି ମୁଁ ଜାଣିନି

ତୁମେ ତ ଭାଗ୍ୟ ବିଧାତା

ବିପଦେ ପଡ଼ିଛି ଏ ଘୋର ଅନ୍ଧାରେ

ରକ୍ଷାକର ଜଗତ କରତା ।


କଷ୍ଟ ଯନ୍ତ୍ରଣା ହେ ଅଧିକ ହୁଅଇ

ଝରୁଛି ଆଖିରୁ ଲୁହର ଧାର

କେତେ ଦିନ ପ୍ରଭୁ ପରୀକ୍ଷା କରିବ

ଆହେ ଦୟାମୟ ଉଦ୍ଧାର କର ।


ନାହିଁ କେ ସାହାରା ହୋଇ ବେସାହାରା

ପଡେ ତୁମ ପାଦ ତଳେ

ଆଶିଷର ଭିକ୍ଷା ମାଗେ ହାତପାତି

ଲୁହର ପ୍ରଦୀପ ଜାଳେ ।


Rate this content
Log in

Similar oriya poem from Inspirational