STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ମହା ସତୀ ପଙ୍କଜିନୀ

ମହା ସତୀ ପଙ୍କଜିନୀ

1 min
3.0K

ପ୍ରଳୟ ଜଳରେ ମହାବିଷ୍ନୁ ନାଭି ଜାତ

ମହାଲକ୍ଷ୍ମୀ ପଦ୍ମାଳୟା ନାମେ ପରା କ୍ଷ୍ୟାତ ।

ପଂକରୁ ଜାତ ରେ ପଦ୍ମ ଫୁଲ ମଧ୍ୟେ ଶ୍ରେଷ୍ଠ

ଜନ୍ମ ନୁହେଁ କର୍ମ ସାର କୁହନ୍ତି ବରିଷ୍ଠ । 


ରବି ଉଦୟରେ ପ୍ରସ୍ଫୁଟିତ ହେଉ ତୁହି

ଭାନୁ ଅସ୍ତାଚଳେ ଗଲେ ତୁ ମୁଦ୍ରିତ ହୋଇ ।

ଶୀତ ଋତୁରେ ଧ୍ୱନ୍ତ୍ୱାରି ଦକ୍ଷିଣକୁ ଗତି

ଆତ୍ମ ବିସର୍ଜନ ଦେଉ ତୁହି ମହା ସତୀ ।


ରାମଚନ୍ଦ୍ର ନାମ ବହି ରାଜୀବ ଲୋଚନ

ଶହେଆଠ ପଦ୍ମ ଦୁର୍ଗେ କରି ସମର୍ପଣ। 

ଗୋଟିଏ ହରିଲେ ମାତା ଚକ୍ଷୁ ଉତ୍ପାଟନ

ଆପଣା ନୟନ କରିବାକୁ ସମର୍ପଣ

ଉଦ୍ୟତ ହେବାରୁ ମାତା ହୋଇଲେ ପ୍ରସନ୍ନ। 


କେତେ ଦୂରେ ଅଂଶୁ କେତେ ଦୂରେ କମଳିନୀ 

ପ୍ରୀତି ଅଭେଦ୍ଯ ତାଙ୍କର କବିତାରେ ଭଣି। 

ସତୀ ନାରୀ ଉପମା ତୁ ସାଂସ୍କୃତିକ ଦେଶେ

ଜାତୀୟ ପୁଷ୍ପ ମାନ୍ୟତା ଶୋଭାବନ ଦିଶେ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract