STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ମହା ଶିବରାତ୍ରି

ମହା ଶିବରାତ୍ରି

2 mins
6

ମହାଯୋଗୀ ମହାକୋପୀ ମହାତପି

ସଦା ତପସ୍ୟାରେ ମଗ୍ନ

ଦେବ ଦେବ ମହାଦେବ ସତ୍ୟ ଶିବ

ଶୂନ୍ୟ ଶୂନ୍ୟ ମହାଶୂନ୍ୟ

ଶରୀର ଯାହାର ଆଭୂଷଣ ଶୁନ୍ୟ

ପଶୁ ଛାଲ ପରିଧାନ

ଶ୍ମଶାନ ହିଁ ଅଟେ ପ୍ରିୟ ବାସସ୍ଥାନ

ଶ୍ମଶାନ ଭସ୍ମ ଲେପନ

ତ୍ରିଦେବ ସହିତ ଜଡିତ ସ୍ଵନାମେ

ଅନ୍ୟ ନାମ ତ୍ରିଲୋଚନ

ମୋହ ମାୟା କାମ ପ୍ରେମ ବନ୍ଧନ ରୁ

ବଞ୍ଚିତ ଶାନ୍ତ ଜୀବନ

ସକଳ ପାପ ଓ ରିଷ୍ଟ ରୁ ଖଣ୍ଡନ

ସକଳ ଗ୍ରହ ଅଧୀନ

ଦେବତା ଗନ୍ଧର୍ବ କିନ୍ନର ଓ ନର

ମଥା ନୁଆଇଁ ଶରଣ

ସୃଷ୍ଟି ସର୍ଜନା ପ୍ରାୟ ସମାପ୍ତି ପରେ

ଶିବ ଶିବା ଏକାନ୍ତରେ

ପାର୍ବତୀଙ୍କ ପ୍ରତି ଜିଜ୍ଞାସା ମୋଚନ 

ଶିବଙ୍କର ଉତ୍ତରରେ

ନୂତନ ଜିଜ୍ଞାସା ଉପସ୍ଥାପନ

ସ୍ବାମୀ ଶିବଙ୍କ ଆଗରେ

ପ୍ରଭୁଙ୍କର କେଉଁ ଦିବସଟି ପ୍ରିୟ

ଜୀବ ମୁକ୍ତି ପ୍ରାପ୍ତ କରେ

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥି

ପ୍ରଭୁ ରଖିଲେ ଉତ୍ତର

ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମେ ବୁଝାଇ

କହି ପାର୍ବତୀ ଆଗର

ଥିଲା ସଂକ୍ଷେପରେ କାହାଣୀ ଆଳରେ

କଥା ଅଜ୍ଞାତ ଭକ୍ତର

ସହଜରେ ଶିବ ଚତୁର୍ଦ୍ଦଶୀ ରାତ୍ରୀ

ଘଟଣାର ଚମକ୍ତାର

ହିଂସ୍ର ଜନ୍ତୁ କବଳରୁ ଅଥବା ଶିକାର

ବ୍ୟାଧ ମନେ ଥିଲା ଚିନ୍ତି

ଅଜାଣତେ ବେଲ ବୃକ୍ଷ ପରେ ଚଢ଼ି

ଉଜାଗର ସାରା ରାତ୍ରି 

ବେଲ ବୃକ୍ଷ ମୂଳେ ଶିବ ଲିଙ୍ଗ

ଥାଇ ବି ଅପୂଜା ମାତ୍ର

ରାତ୍ରି ସାରା ବ୍ୟାଧ ଅଙ୍ଗ ଚାଳନା ରେ

ଝଡୁ ଥିଲା ବେଲ ପତ୍ର

ଅଜ୍ଞାତ ରେ ହେଲା ଶିବ ଆରାଧନା

ଶିବରାତ୍ରି ର ତିଥିରେ

ସେଇ ବ୍ୟାଧ ମୃତ୍ୟୁ ପରେ ସ୍ଵର୍ଗ ପ୍ରାପ୍ତ

ଗମନ ବୈକୁଣ୍ଠ ପୂରେ 

ଅନ୍ୟ ଏକ କଥା ରହିଛି ସେପରି

ସମୁଦ୍ର ମନ୍ଥନ ସହିତ ଜଡ଼ିତ

ସେହି ଘଟଣା ବି ଆଶ୍ଚର୍ଯ୍ୟ ଭାବରେ

ଶିବରାତ୍ରି ସମ୍ପର୍କିତ

ସମୁଦ୍ର ମନ୍ଥନୁ ଜାତ ସେ ଗରଳ

ସୃଷ୍ଟି ଧ୍ଵଂସ ହେବା ଜାଣି

ବିଷ ଗ୍ରାସ କରି ଚେତା ଶୂନ୍ୟ ହେଲ

ଦେବତାଙ୍କର ଭାଳେଣି

ରାତ୍ରୀ ଉଜାଗର ରହି ଆରାଧନା

କରିଲେ ସକଳ ଦେବ

ସଚେତନ ହେଲା ପରେ ପରେ ଖୁସି

ଦେଖି ପ୍ରଭୁ ଆବିର୍ଭାବ

ଶିବଙ୍କର ଆବିର୍ଭାବ ତିଥି ରୂପେ

ଶିବରାତ୍ରୀ ର ପାଳନ

ଅନ୍ୟ ମତେ ଶିବ ପାର୍ବତୀ ମିଳନ

ଅବା ବିବାହର ଦିନ

ସଂକ୍ଷେପରେ ଫାଲଗୁନ କୃଷ୍ଣ ପକ୍ଷ

ଚତୁର୍ଦ୍ଦଶୀ ର ତିଥିରେ

ଉଜାଗର ରହି ଜାଗର ଜାଳିବା

ବିଧି ଅଛି ଏ ଧରାରେ

ସର୍ବାରିଷ୍ଟ ସର୍ବ ଦୁଃଖ ସର୍ବ ପାପ

ଶିବ କରନ୍ତି ହରଣ

ଭକ୍ତି ଭରେ ଯିଏ ଜାଗର ଜାଳଇ

ଏହି ଶିବରାତ୍ରି ଦିନ

ପ୍ରତି ଅଣୁ ପରମାଣୁ ରେ ଅସ୍ତିତ୍ବ

ପ୍ରତି କଣିକାରେ ଶିବ

ଶିବ ପ୍ରତି କୋଣ ଅନୁକୋଣେ ବ୍ୟାପ୍ତ

ଶିବ ମୟ ଏହି ଭବ 

ଅନ୍ଧକାର ମଧ୍ୟେ ଦୀପ ର ଆଲୋକ

ଶିବ ଶିଖା ଶିବ ଜ୍ୟୋତି

ହୃଦୟ ଭିତରେ ଜାଳିଲେ ଜାଗର

ପ୍ରାପ୍ତ ହେବ ଗତି ମୁକ୍ତି

ଜାଗର ଦୀପ ରେ ଶ୍ରାବଣ ଧାରା ରେ 

ଶିବ ହିଁ ବିରାଜମାନ

ମନ୍ଦିରେ ଆସ୍ଥାନ ଶ୍ମଶାନ ରେ ବାସ

ସର୍ବତ୍ର ଶିବ ବନ୍ଦନ 

ତନ ଉଜାଗର ମନରେ ଜାଗର

ଜାଳି ନିଜେ ଜଳୁଅଛି

ବର୍ଷା ବୁନ୍ଦା ସମ କୃପା-ବର୍ଷା ପାଇଁ

ଚାତକ ସମ ଚାହିଁଛି

ତପେ ବର ଅବା କୋପେ ବର ଲାଭ

କି ବର ମାଗିବି ଆଉ

ନାଶ କରି ଦିଅ ଅଜ୍ଞାନ ତିମିର

ସଦାଚାରେ ଦିନ ଯାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract