ମହା ଶିବରାତ୍ରି
ମହା ଶିବରାତ୍ରି
ଫାଲ୍ଗୁନର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ
ପୁଣ୍ୟ ମହା ଶିବରାତ୍ରି
ଉଜାଗର ରହି ଜାଗର ଜାଳିଲେ
ହୋଇଥାଏ ପାପ ମୁକ୍ତି ।
ସଂସାର କଲ୍ୟାଣେ ବିଷ ପାନ କରି
ବୋଲାଉଛ ନୀଳକଣ୍ଠ
ଏ ପାପୀ ସଂସାରୁ ଉଦ୍ଧାର ପ୍ରଭୁହେ
ହରି ନିଅ ଦୁଃଖ କଷ୍ଟ ।
ଅରଖ ଦୁଦୁରା କେତକୀ ପଳାସ
ଗୋରସ ବେଲପତର
କଦଳୀ ନଡ଼ିଆ ନୈବେଦ୍ୟ ସମର୍ପି
ଜପେ ମନ୍ତ୍ର ପଞ୍ଚାକ୍ଷର ।
ଜାଗରରେ ଆଜି ହୋଇ ଉଜାଗର
ଜାଳୁଛି ଭକ୍ତି ପ୍ରଦୀପ,
ପଶୁପତିନାଥ ହେ ଭୋଳା ମହେଶ
ବିନାଶ ମୋ ସର୍ବ ପାପ ।
କାଶୀ ବଦ୍ରିନାଥ ପ୍ରଭୁ ଭୋଳାନାଥ
ତୁମେ ହେ ଦଗଦିଶ୍ଵର
ମୁଁ ପାପୀ ପାମର ଶରଣେ ତୁମ୍ଭର
ଦୋଷ ବାରେ କ୍ଷମା କର ।
