ମହା ବାହୁ
ମହା ବାହୁ
ହେ ମହା ବାହୁ ହେ ମହା ବାହୁ
ବିନତି ମୋହର ଶୁଣିବା ହେଉ
ହେ ଜଗତ ସାଇଁ ଶୁଣ ମୋ ପାଇଁ
ତୁମ ଚରଣ ରେ ମୋ ମନ ରହୁ ।
ଆଖି ଥାଇ ଯଦି ତୁମ କୁ ନ ଦେଖିବ
ଏ ଜୀବନ ମୋର ଅକାରଣେ ଯିବ
ହାତ ଥାଇ ଯଦି ଦାନ ନ କରିବ
ମହା ପୁଣ୍ୟକୁ ସେ କେମିତି ଲଭିବ ।
ହେ ଜଗତ କର୍ତ୍ତା ମୋ ଭାଗ୍ୟ ବିଧାତା
ତୁମ ବିନା କେ ହେବ ନିଜର ଆଉ
ହେ କୃପାନିଧି ଆନନ୍ଦ ମୂରତି
ଦେହ ଘଟରେ ତୁମ ନାମ ରହିଥାଉ ।
କେତେ କୃପା କରି ଦେଇଛ ଜନମ
ମଣିଷ ରୂପ ରେ କରିବାକୁ ଧରମ
ଦୟା କ୍ଷମା ହୃଦୟେ ନୀତି ରହିଥିବ
ସନ୍ତୋଷ ଭାବରେ ଦିନ ସରୁଥିବ ।
