STORYMIRROR

Sunanda Mohanty

Abstract Classics

4  

Sunanda Mohanty

Abstract Classics

ମଗୁଶୁର

ମଗୁଶୁର

1 min
365


ଗେଣ୍ଡୁମଣ୍ଡା ଫୁଲ ଫୁଟେ 

ଧୂପ ଦୀପ ବାସ ଛୁଟେ 

ପ୍ରଥମାଷ୍ଟମୀ ପୂଜା ନାଟେ 

ଯେଣୁ ଆସିଛି ମଗୁଶୁର 

ମାଣ ଖଟୁଲି ଝୋଟି ଚିତା 

ଲିପା ପୋଛା ରଖା ସାଇତା 

ଗୁଆ କଦଳୀପତ୍ର ପଇତା 

ନେଇ ଆସିଛି ମଗୁଶୁର 

ଲଷ୍ମୀପୁରାଣ ଘରେ ଘରେ 

ଶୁଭେ ପ୍ରତିଟି ଗୁରୁବାରେ 

ଆରିଷା କାକରା ଚିତଉରେ 

ଆସିଛି ପରା ମଗୁଶୁର 

ମାଣବସା ର ବାସ୍ନା 

ନାରୀଙ୍କ ଉପାସନା ତୃଷ୍ନା 

ଲଷ୍ମୀପୂଜା ରେ ସର୍ବେ ମଗ୍ନା 

ଆସିଛି ଆସର ମଗୁଶୁର 

ଜାଗା ବଳିଆ ଦୁଇଭାଇ 

ଲଷ୍ମୀଙ୍କୁ ଦେଲେ ଘଉଡ଼ାଇ 

ଆଣିଲେ କିପରି ଫେରାଇ 

ଶୁଣିବା ଆସିଛି ମଗୁଶୁର 

ଲଷ୍ମୀ ଦ୍ରୋହି ହୋଇ 

କେ ଅବା ଛାଡ ପାଇଥାଇ 

ସେ କଥା ଲଷ୍ମୀପୁରାଣ କହଇ 

ଆସିଛି କହିବାକୁ ମଗୁଶୁର 

ପାଚିଲା ଧାନ କ୍ଷେତ 

ସୁନ୍ଦର ଦିଶଇ ବହୁତ 

ମାଣଧାନରେ ଶୋଭାବନ୍ତ 

ଯେଣୁ ଆସିଛି ମଗୁଶୁର 

ନିଷ୍ଠା ଓ ନୈତିକତା ଭାର 

ଐଶ୍ଵର୍ଗିକ ଚେତନା ବେଭାର 

ଧାନକଟା ସ୍ବର୍ଗୀୟ ସମ୍ଭାର 

ଆଣି ଆସିଛି କେତେ କଣ ମଗୁଶୁର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract