STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ମଗ୍ନ ମନ

ମଗ୍ନ ମନ

1 min
232

ହଜିଯାଏ ମନ ଆଜି

ସେଇ ମାଟିର ବାସ୍ନା ରେ

ମେଘର ସେ ବହଳ ଅନ୍ଧାରରେ

ବର୍ଷାର ସେଇ ରିମଝିମ ସ୍ୱରରେ

ହଜି ଯାଏ କେବେ ପୁଣି

ରାତ୍ରୀ ରେ ଭିଜିଥିବାସେଇ ସ୍ନିଗ୍ଧ ଗଙ୍ଗଶିଉଳିର

ସୁମଧୁର ବାସ୍ନା ରେ

ଚିର ଦିନ ପାଇଁ ଲୋଟିଥିବା ସେଇ

ମାଟିର ଛାତିରେ

ଆକାଶ ବୁକୁରେ

ଇନ୍ଦ୍ରଧନୁ ର ସପ୍ତ ରଙ୍ଗରେ. 

ନିରବି ଯାଏ କେବେ ସପ୍ନ ସବୁ

ଶ୍ରାବଣ ର ଅବିରତ ଧାରାରେ

ହଜି ଯାଏ ଆଶା ସବୁ

ସିକ୍ତ ସେଇ କଦମ୍ବ ବନରେ

ମନ୍ତ୍ର ମୁଗ୍ଧ ହୋଇ ଚାହେଁ

ଆଖି ସେଇ ନିଶୁନ ରାସ୍ତାରେ

କୋଉ ଅଜଣା ଆଗନ୍ତୁକ ର ଆସିବା ବାଟରେ

ଆଖି ଲାଖି ରହିଯାଏ

ସେଇ ନିଶବବ୍ଦ ରାସ୍ତାର ବାରିଧାରା ପରେ

ହଜେଇ ଦେବାକୁ ସେଇ ବାହୁବନ୍ଧନ ରେ

ଚିର ଅତ୍ମୀୟତl ର ସ୍ବର୍ଶ ରେ

ଜୀବନ ର ଛାଇ ଆଲୁଅ ଖେଳ ରେ .

ହେଲେ ସମୟ ର ସ୍ରୋତ ଧୋଇଦିଏ ସବୁ ସପ୍ନ

ପ୍ରିୟା ମୋର ଆସେନି ଆଉ

ଏଇ ଝରା ଶ୍ରାବଣରେ

ଆଖିରେ ଭରିଦେଇଯାଏ

ଅବିରତ ବାରିଧାରା

ତାର ଶେଷ ଅପେକ୍ଷା ରେ.

ଭରିଯାଏ ମଗ୍ନ ମନମୋର

କୋଉ ଅଜଣା କୋହରେ

ଭିଜିଯାଏ ହୃଦୟ ମୋର

ବିଦଗ୍ଧ କୋହ ର ଲୁହ ରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy